ପରିକ୍ରମା ର ତ୍ରୟୋଦଶ ସ୍ବନକ୍ଷତ୍ର ସମାରୋହ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରିକ୍ରମା ର ତ୍ରୟୋଦଶ ସ୍ବନକ୍ଷତ୍ର ସମାରୋହ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ `ପରିକ୍ରମା´ର ତ୍ରୟୋଦଶ ସ୍ବନକ୍ଷତ୍ର ସମାରୋହ ସ୍ଥାନୀୟ ପି ସି ଏମ୍ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସଙ୍କ ମାର୍ଗଦର୍ଶନରେ ଅଧ୍ୟକ୍ଷ ଇଶାନ ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ ଓତା, ଦୈନିକ ` ସକାଳ´ ବରିଷ୍ଠ ସହସମ୍ପାଦକ ବିମଳ ଥମ୍ବ, ବିଶିଷ୍ଟ ସମବାୟବିତ୍ ପରମେଶ୍ବର ଦାସ ଓ `ପରିକ୍ରମା´ର ସମ୍ପାଦକ ସୁଭାଷ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥିଗଣ ବହୁ ପ୍ରତିଭାବାନ ଓ କାଳଜୟୀ ପୁରୁଷମାନଙ୍କୁ ମାନପତ୍ର ଓ ଫଳକ ଦେଇ ସମ୍ମାନିତ କରିଥିଲେ | ସେମାନଙ୍କ ମଧ୍ୟରେ ଜୀବନବ୍ୟାପି ସାଧନା ସମ୍ମାନ ଭାବେ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ବାମୀ, ଶିମିଳିପାଳ ଗୌରବ ସମ୍ମାନ ୨୦୨୩ ଭାବେ ବରିଷ୍ଟ ପରିବେଶବିତ୍ ଗୌରାଙ୍ଗ ଚରଣ ରାଉତ, ବିଶିଷ୍ଟ ଛଉ ନୃତ୍ୟ ଗୁରୁ କୃଷ୍ଣ ସିଂ ମହାନ୍ତ, ସମାଜସେବୀ ସ୍ବାନନ୍ଦ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ସୁଜିତ୍ ପଟ୍ଟନାୟକ, ବିଶିଷ୍ଟ ସଂଗ୍ରାହକ, ସଂରକ୍ଷକ ଓ ଗବେଷକ ସୁଜିତ୍ ପଟ୍ଟନାୟକ, ବିଶିଷ୍ଟ ସାଂସ୍କୃତିକ ସଂଗଠକ ମନୋଜ କୁମାର ବେହେରା, ବିଶିଷ୍ଟ କ୍ରୀଡାବିତ୍ ଧର୍ମପଦ ମହାନ୍ତ, ଗୋ ସେବା ଗୌରବ ସମ୍ମାନ ରାଇରଙ୍ଗପୁର ଗୋଶାଳା, ସହିତ ପରିକ୍ରମା ଉତ୍କର୍ଷ ସମ୍ମାନ ଭାବେ ଉଦୀୟମାନ ଗୀତିକାର ହରେନ୍ଦ୍ର ନାରାୟଣ ଦାସ, ଯୋଗ ପ୍ରଶିକ୍ଷିକା ରୂପାଲୀ ମହାନ୍ତି, ସାମ୍ବାଦିକ ସୁବ୍ରତ ମହାନ୍ତି, ବାଲୁକା ଚିତ୍ରଶିଳ୍ପୀ ଅଜୟ କୁମାର ଘୋଷ, ଲୋକ ସଂଗୀତ ନିର୍ଦ୍ଦେଶକ ଅରୂପ କୁମାର ମହାନ୍ତ, ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଣବ କୁମାର ମହାନ୍ତ, କଣ୍ଠଶିଳ୍ପୀ ମହାନ୍ତ ସୀମା କୈଲିୟାର ଓ ଯୁବ ନେତା ସାଉନା ମାଝୀ ଅନ୍ୟତମ ଥିଲେ |

ଏହାଛଡା ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଏହି ସଭାକୁ ଶିକ୍ଷକ ରଂଜନ କୁମାର ନନ୍ଦ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସୁଦୂର ଭୁବନେଶ୍ବରରୁ ଆଗତ ଉଦୀୟମାନ କଣ୍ଠଶିଳ୍ପୀ ପ୍ରତୀକ ପଣ୍ଡା ଓ ଶର୍ମିଲା ସିଂ ସଂଗୀତ ପରିବେଷଣ କରିଥିଲେ | ଏହି ଭବ୍ୟ ସମାରୋହରେ ସହରର ବହୁ ମାନଗଣ୍ୟ ବ୍ୟକ୍ତି , ସ୍ଥାନୀୟ ଲୋକେ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.