କାଳବୈଶାଖୀରେ ଭାଙ୍ଗିଲା ବଡ଼ ଗଛ, ଅଳ୍ପକେ ବର୍ତିଲେ ପଥଚାରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳବୈଶାଖୀରେ ଭାଙ୍ଗିଲା ବଡ଼ ଗଛ, ଅଳ୍ପକେ ବର୍ତିଲେ ପଥଚାରି |ଗଛ ପଡି ବିଦ୍ୟୁତ ସରବରାହ ବ୍ୟାହତ | ସୋମବାର ସନ୍ଧ୍ୟାରେ ବାରିପଦା ସହରରେ କାଳ ବୈଶାଖୀ ପ୍ରଭାବରେ ଜୋରରେ ପବନ ବୋହି ବୃଷ୍ଟିପାତ ହୋଇଛି।

ଜୋରରେ ପବନ ବୋହିବାରୁ ବାରିପଦାର ଭଞ୍ଜପୁର ଅଞ୍ଚଳରେ ଏକ ପୁରୁଣା ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଥିଲେ। ତେବେ ଭାଗ୍ୟବଶତଃ ରାସ୍ତାରେ ପଥଚାରି କେହି ନଥିବାରୁ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଭଞ୍ଜପୁର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ନିକଟରେ ଗଛ ଭାଙ୍ଗିବାରୁ ୩୩ କେବି ବିଦ୍ୟୁତ ତାର ଉପରେ ପଡି ଛିଣ୍ଡି ଯାଇଥିଲା।

ଯାହା ଫଳରେ ଘଣ୍ଟା ଘଣ୍ଟା ଧରି ବାରିପଦା ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା। ମୁଖ୍ୟ ରାସ୍ତା ଉପରେ ଗଛ ପଡିବାରୁ ଗମାଗମନ ଠପ୍ ହୋଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ରାସ୍ତା ଉପରୁ ଗଛ କାଟିବା ସଫା କରିବା ପରେ ଗାଡି ମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.