ପୁରୀ ଅଭିମୁଖେ ଆସୁଥିବା ବସକୁ ପିଟିଲା ହାଇୱା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୧୬ ନମ୍ବର ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକ ନିକଟରେ ଦୁର୍ଘଟଣା । ପୁରୀକୁ ଯାତ୍ରୀ ନେଇ ଯାଉଥିବା ବସ୍‌କୁ ପିଟିଲା ହାଇଓ୍ୱା । ଫଳରେ ୧୮ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ବସଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଆହତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ରାତିରୁ ରାୟଗଡା ଜିଲ୍ଲା ଗୁଡାରି ଏନଏସିରୁ 42 ଜଣ ଯାତ୍ରୀଙ୍କୁ ନେଇ ଏକ ବସ ପୁରୀ ଅଭିମୁଖେ ବାହାରିଥିଲା । ରାତି ତମାମ ଗାଡି ଚାଲିଥିବା ବେଳେ ଆଜି ସକାଳୁ ଯାତ୍ରୀ ମାନେ ଶୌଚ ହେବା ପାଇଁ ବସଟି ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଅଟକିଥିଲା ।

କିଛି ଯାତ୍ରୀ ଗାଡିରୁ ଓହ୍ଲାଇଥିଲେ ଏବଂ କିଛି ବସ ଭିତରେ ବସିଥିଲେ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ବସକୁ ପଛପଟୁ ଧକ୍କା ଦେଇଥିଲା । ଏନେଇ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଆହତ ଅବସ୍ଥାରେ ଥିବା 18 ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.