ଡ୍ରୋନ୍ ଚୁକ୍ତିକୁ ଆମେରିକାର ମଞ୍ଜୁରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ ।  ୩୧ଟି ପ୍ରିଡେଟର ଡ୍ରୋନ୍ କିଣିବା ଲାଗି ହୋଇଥିବା ଡିଲକୁ ଆମେରିକା ଅନୁମତି ଦେଇଛି। ଏଥିଲାଗି ଆନୁମାନିକ ବ୍ୟୟ ରହିଛି ପାଖାପାଖି ୪ ବିଲିଅନ ୟୁଏସ୍ ଡଲାର। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଡ୍ରୋନ୍ କିଣିବା ଲାଗି ଭାରତ ପ୍ରସ୍ତାବ ଦେଇଥିଲା।

ଏବେ ବାଇଡେନ୍ ପ୍ରଶାସନ ଏହି ଡିଲକୁ ଅନୁମତି ଦେଇଛି। ଗତବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିବାବେଳେ ଏହି ଚୁକ୍ତି ବିଷୟରେ ଘୋଷଣା ହୋଇଥିଲା । ଏହି ଡ୍ରୋନ୍‌ ବିକ୍ରି ଚୁକ୍ତି ଦ୍ୱାରା ଆମେରିକା-ଭାରତ ମଧ୍ୟରେ ରଣନୀତିକ ସମ୍ପର୍କ ଆହୁରି ମଜଭୁତ ହେବ ଏବଂ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଦେଶର ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଏଜେନ୍ସି କହିଛି । ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ଦକ୍ଷିଣ ଏସିଆ କ୍ଷେତ୍ରରେ ରାଜନୈତିକ ସ୍ଥିରତା, ଶାନ୍ତି ଏବଂ ଅର୍ଥନୀତିର ବିକାଶ କରିବାରେ ସହାୟକ ହେବ ବୋଲି ଏଜେନ୍ସି ଏହାର ବିବୃତିରେ ପ୍ରକାଶ କରିଛି ।

ଏମ୍‌କ୍ୟୁ-୯ବି ଡ୍ରୋନ୍‌ର ଦୁଇ ପ୍ରକାର ଭାରିଆଣ୍ଟ ରହିଛି । ତାହା ହେଲା ସ୍କାଏ ଗାର୍ଡିଅନ ଏବଂ ସି ଗାର୍ଡିଅନ୍‌ । ଏହି ଚୁକ୍ତିରେ ଭାରତ ୩୧ ହାଇ ଅଲ୍‌ଟିଟ୍ୟୁଡ ଲଙ୍ଗ୍‌ ଏଣ୍ଡ୍ୟୁରାନ୍ସ ୟୁଏଭି ଡ୍ରୋନ୍‌ ପାଇବ । ସେଥିରୁ ନୌସେନାକୁ ୧୫ ସିଗାର୍ଡିଅନ ଡ୍ରୋନ୍‌ ମିଳିବ । ସେହିପରି ସ୍ଥଳସେନା ଏବଂ ବାୟୁସେନାକୁ ୮ଟି ଲେଖାଏ ସ୍କାଏ ଗାର୍ଡିଅନ୍‌ ଡ୍ରୋନ ମିଳିବ ।

Leave A Reply

Your email address will not be published.