ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ।  ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍‌। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର ଗାଡ଼ି ବୋଲି ଜଣାଯାଇଛି। ଆହତ ମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯାତ୍ରାପାର୍ଟି ଟ୍ରକଟି ଧଉଳି ଗଣନାଟ୍ୟର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବାଙ୍ଗିରିପୋଷି ଦ୍ୱାରକାଶ୍ୱେରୀ ଘାଟିରୁ ଓହ୍ଲାଇଲା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ରହିଛି।

ଲାଇଟ୍‌ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ଆଜି ସକାଳେ ଏକ ଟ୍ରକ୍‌ରେ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ। ଗାଡ଼ିଟି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡରେ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ରାସ୍ତା ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିରେ ଥିବା ଲାଇଟ୍‌, ବାକ୍ସ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ।

ଖବର ପାଇ ତୁରନ୍ତ ବାଙ୍ଗିରିପୋଷି ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।  ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୁରୁତର ଅନ୍ୟମାନଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ଏଥିସହ ଲାଇଟ୍‌ ଓ ଯାତ୍ରା ପାର୍ଟି ବକ୍ସ ଆଦି ତଳେ କିଏ ଚାପି ହୋଇ ରହି ଯାଇଥିବ ଭାବି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି ସମୟରେ ୪୯ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିକୁ ମୟୂରଭଞ୍ଜ ଜିଲ୍ଲାର ଲାଇଫଲାଇନ୍‌ କହୁଯାଉଥିବା ବେଳେ ଏବେ ଘାଟି ରାସ୍ତା ମରଣଜନ୍ତା ପାଲଟିଛି। ବାଙ୍ଗିରିପୋଷି ଘାଟିର ୯ କିଲୋମିଟର ରାସ୍ତା ଶିମିଳିପାଳ ଜୈବ ମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର ସମ୍ପ୍ରସାରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି। ଫଳରେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଇଗଲାଣି।

Leave A Reply

Your email address will not be published.