ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାନୁଆରୀ ୨୬ରେ ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବାକୁ ଯାଉଛି। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ ଅନୁଷ୍ଠିତ ହୋଇଛି।
ଏଥର ପରେଡରେ ୬୪ କଣ୍ଟିଜେଣ୍ଟ ଭାଗନେବେ । ଆଇଟିବିପି , ସିଆରପିଏଫ୍, ବିଏସଏଫ୍ , ଫାୟାର୍ , ଓଡ୍ରାଫ୍ , ଓଡିଶା ହୋମଗାର୍ଡ , ସୈନିକ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗନେବେ। ତାସହ ୪ଟି ସାଂସ୍କୃତିକ ଦଳ ଏହି ରିହର୍ସେଲରେ ସାମିଲ ହୋଇଛନ୍ତି। ୪ଟି ସାଂସ୍କୃତିକ ଦଳ ମଧ୍ୟ ନିଜ ନିଜ ପୋଷାକ ପିନ୍ଧି ପରେଡରେ ସାମିଲ ହୋଇଛନ୍ତି। ଏଥର ପରେଡର ନେତୃତ୍ୱ ନେବେ ଆଇପିଏସ- ଏ.ବି ଶିଳ୍ପା।
ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୁଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି। ପଡୋଶୀ ରାଜ୍ୟ ସହ ଉତ୍ତମ ସମନ୍ବୟ ଏବଂ ଯୋଗସୂତ୍ର ରକ୍ଷା ପାଇଁ ଝାଡଖଣ୍ଡ ପୁଲିସ ପରେଡରେ ଯୋଗଦେବ । ଏଥିପାଇଁ ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ।