ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘରୋଇ କଲେଜ ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ। ଛାତ୍ରୀଛାତ୍ରଙ୍କୁ ଧରି ଯାଉଥିବା ଏକ ଘରୋଇ କଲେଜ ବସ୍ରେ ନିଆଁ ଲାଗି ବସ୍ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ହେଲେ ବସ୍ରେ ଥିବା ସମସ୍ତ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି।ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ହେଲେ ବସ୍ଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ସର୍ଟ ଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ଗୋଟାଏ ୩୦ରେ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ଘରୋଇ କଲେଜ ବସ ରାଧାରମଣପଡ଼ା ନିକଟରେ ଜଳିବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅନୁଗୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସରେ ୨ଜଣ ଛାତ୍ର ଓ ଚାଳକ ଥିଲେ। ବସରୁ ଧୂଆଁ ବାହାରିବା ଦେଖି ଚାଳକ ଓ ଦୁଇ ଜଣ ଛାତ୍ର ବସରୁ ଓହ୍ଲାଇ ପଡ଼ିଥିଲେ।
ଅନ୍ୟପଟେ କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ବସରେ କେହି ଛାତ୍ର ନଥିଲେ। ଗାଡ଼ି କାମ କରିବା ପାଇଁ ଗ୍ୟାରେଜକୁ ନେବା ସମୟରେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି, ଘଟଣା ବିଷୟରେ ଖବର ପାଇବା ପରେ ତୁରନ୍ତ ଅନୁଗୋଳ ଅଗ୍ନିଶମ ବିଭାଗ ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଧିକ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ।