ବଡ଼ସାହି ଠାରେ ଏକ ବିଶାଳ ଶୋଭା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡ଼ସାହି ନିର୍ବାଚନ ମଣ୍ଡଳୀରେ ପ୍ରାଥୀ ଚୟନରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କର୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିରୋଧ ଦେଖାଯାଇଛି |

ପ୍ରାଥୀ ଚୟନ ସମୟରେ କରାଯାଇଥିବା ବହୁସ୍ତରୀୟ ସର୍ଭେର ରିପୋର୍ଟ କାର୍ଯ୍ୟକର୍ତା ମତାମତ ଏବଂ ବାଲେଶ୍ୱର ସ୍ଥାନୀୟା ହୋଇଥିବା ରାୟ ସୁମାରି ର ଫଳାଫଳ କୁ ନଜର ଅନ୍ଦାଜ କରି ଦଳର କିଛି ଉଚ୍ଚ ପଦସ୍ଥ ପଦାଧିକାରୀମାନେ ଏକ ତରଫା ଭାବେ ବର୍ତମାନର ବିଧାୟକ ଶ୍ରୀ ସନାତନ ବିଜୁଳି ଙ୍କୁ ଅଂଚଳରେ ବହୁ ବିରୋଧ ଥିବା ସତେ ୨୦୨୪ ନିର୍ବାଚନ ପାଇଁ ପୁଣି ଥରେ ବିଧାୟକ ପ୍ରାଥୀ ପାଇଁ ଚୟନ କରାଯାଇଛି। ତାଙ୍କ ବିରୁଦ୍ଧରେ ବହୁ ମାତ୍ର ରେ ଦଳୀୟ କର୍ମୀଙ୍କ ଅଭିଯୋଗ ଥିବା ପରେ ମଧ୍ୟ ତାଙ୍କୁ ପୁଣି ଥରେ ପ୍ରାଥୀ କରାଯାଇଥିବାରୁ ଭାରତୀୟ ଜନତା ପାର୍ଟି ଭଳି ନୈତିକତା ଆଧାରରେ ଚାଲୁଥିବା ଗୋଟିଏ ଦଳରେ ବାଲେଶ୍ୱର ଲୋକ ସେବା କ୍ଷେତ୍ରରେ ଏପରି ପଦକ୍ଷେପ ଦଳିଆ କର୍ମୀ ମାନଙ୍କୁ ମର୍ମାହତ କରିଛନ୍ତି।

ବିଗତ ୫ ବର୍ଷ ଭିତରେ ବିଧାୟକ ସନାତନ ବିଜୁଳି ନିଜ ନିର୍ବାଚନ ମଣ୍ଡଳୀରେ କୌଣସି ବିକାଶ କରିନାହାନ୍ତି ବରଂ ଶ୍ରୀ ବିଜୁଳି ବିଧାୟକ ଥିବା ସମୟରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ରେ ଚୋରା ଦେଶି ଓ ବିଦେଶି ମଦ କାରବାର ବେଆଇନ ଗୋଚାଲାଣ ଧର୍ମାନ୍ତିକରଣ ଲଘୁ ଖଣିଜ ସମ୍ପଦର ଚୋରା ତସ୍ମରୀ ବହୁ ମାତ୍ରାରେ ବଢିଛି ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ଚାଲିଛି | ଏହା ବାଦ ଶ୍ରୀବିଜୁଳି ୫ବର୍ଷ ମଧ୍ୟରେ କର୍ମୀ ମାନଙ୍କ ସହ କୌଣଶି ସମ୍ପର୍କ ରଖିନାହାନ୍ତି, ଯାହା ଦ୍ୱାରା କର୍ମୀ ମାନେ ତାଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁନଥିଲେ ।ଏହାର ପ୍ରତିବାଦରେ ବଡ଼ସାହି ଠାରେ ଏକ ବିଶାଳ ଶୋଭା ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.