ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଦିବାସୀ ନାବାଳିକାକୁ ଗଣ ଦୁଷ୍କର୍ମ ଏବଂ ମୁତ ଛାତ୍ରୀକୁ ନ୍ଯାୟ ପ୍ରତିବାଦରେ ବିଶାଳ ମଶାଲ ନ୍ଯାୟ ପଦଯାତ୍ରା ଅନୁଷ୍ଠିତ| ସୂଚନାଯୋଗ୍ଯ, ଗତ ୧୪ ସେପ୍ଟେମ୍ବର ଦିନ ରାଇରଙ୍ଗପୁର ଗ୍ରାମୀଣ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ଜନୈକ ଅନାଥ ଗରିବ ଆଦିବାସୀ ନାବାଳିକାଙ୍କୁ ଯୌନ ଦୁଷ୍କର୍ମ କରାଯାଇ ଅଚେତ ଅବସ୍ଥାରେ ତାଙ୍କୁ ରାସ୍ତା କଡରେ ଫୋପାଡି ଦିଆଯାଇଥିଲା | ଏହି ଘଟଣାରେ ଗତ ୨୨ ସେପ୍ଟେମ୍ବର ରାଇରଙ୍ଗପୁର ଗ୍ରାମୀଣ ଥାନାରେ କେଶ ଦାଖଲ କରାଯାଇଥିଲା | ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଏହା ଗଣ ଦୁଷ୍କର୍ମ | ଏଥିରେ ୮ ରୁ ୧୦ ଜଣ ନିଶାସକ୍ତ ଉଚ୍ଚଜାତିର ଯୁବକ ଅଟନ୍ତି କିନ୍ତୁ କିଛି ଦଲାଲ ଓ ରାଜନେତା ଏହାକୁ ଆପୋଷ ବୁଝାବଣାରେ ଚପାଇ ଦେବାକୁ ଚେଷ୍ଟା କରିଛନ୍ତି | ଯାହା ଫଳରେ ଦୁବୁଲାବେଡାର କେବଳ ୨ ଜଣ ମାତ୍ର ଯୁବକଙ୍କୁ ପୋଲିସ ଗିରଫ କରିଛି |
ତତ୍ ସହିତ ଜାମଦା ବ୍ଲକ ଅଧିନସ୍ତ ମାନବୀର ଆଶ୍ରମ ସ୍କୁଲର ଛାତ୍ରୀ କଟକରୁ ଜାମଦା ପର୍ଯ୍ଯନ୍ତ ମୁତ ଶରୀରକୁ କୌଣସି ସ୍ବର୍ଗରଥରେ ନ ଆଣି ଏକ ସାଧାରଣ କାର ଡିକିରେ ଅଣାଯାଇଥିଲା | ସରକାରଙ୍କ ସବୁ ବ୍ଯବସ୍ଥା ଥିବା ସ୍ବତ୍ତେ ଏଥିରେ ସରକାର ବିଫଳ ହୋଇଛନ୍ତି, ଯାହା ଆଦିବାସୀ ସମାଜ ପ୍ରତି ଅତି ନିନ୍ଦନୀୟ ଘଟଣା | ଏ ପରିପ୍ରେକ୍ଷୀରେ ପାଞ୍ଚଦଫା ଦାବୀ ନେଇ ରାଇରଙ୍ଗପୁର ର ଅଗ୍ରଣୀ ସଚେତନ ଆଠଟି ସଂଗଠନ ବିଶାଲ ମଶାଲ ନ୍ଯାୟ ପଦଯାତ୍ରା କରି ହଜାର ହଜାର ସଂଖ୍ଯାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲେ | ସେଠାରେ ଓଡିଶାର ମାନ୍ଯବର ମୁଖ୍ଯମନ୍ତ୍ରୀ ଉଦ୍ଦେଶ୍ଯରେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ | ଏହି ଆଠଟି ସଂଗଠନ ଗୁଡିକ ହେଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ, ଆସେକା ରାଇରଙ୍ଗପୁର, ଆସେକା କୁସୁମୀ, ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା, ବାମନଘାଟୀ ମିଳିତ ଆଦିବାସୀ ସଂଘ, ଆସେକା କାଦୁଆଣୀ, ଉପରବେଡା ଓ ରାଇରଙ୍ଗପୁର ସିଦହରା ସୁସାର ଆକାଳା | ସେମାନଙ୍କ ଦାବୀ ଗୁଡିକ ହେଲା – ୧ ଉପରବେଡା ଗ୍ରାମପଞ୍ଚାୟତ ଦୁବୁଲାବେଡା ଗ୍ରାମର ଅନାଥ ଆଦିବାସୀ ନାବାଳିକା ଦୁଷ୍କର୍ମ ପୀଡିତା ଝିଅକୁ ଆର୍ଥିକ ଏବଂ ସାମାଜିକ ନ୍ଯାୟ ପ୍ରଦାନ କରାଯାଉ | ୨ ଦୋଷୀମାନଙ୍କୁ ଅବିଳମ୍ବେ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉ | ୩ ଆଦିବାସୀ ମାନଙ୍କ ଉପରେ ଅତ୍ଯାଚାର ବନ୍ଦ କରାଯାଉ |
୪ ଚିକିତ୍ସା ରେ ଅବହେଳା ଯୋନିତ ମାନବୀର ଆଶ୍ରମ ସ୍କୁଲର ଛାତ୍ରୀ ଚାନ୍ଦିନୀ ଆଲଡାଙ୍କ ପରିବାର ଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉ | ଓ ୫ ସଂପୁକ୍ତ ସ୍କୁଲର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା ଏବଂ ମେଟ୍ରନ କୁଇଲୁ ଟୁଡୁଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ କରାଯାଇ ଚାକିରୀରୁ ବହିଷ୍କାର କରାଯାଉ | ଏଥିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ଯ ସଭାପତି ଅଞ୍ଜଳି ସୋରେନ, ମାସକୋ ହୋ ସମାଜ ମୋଟକା ବିରୁଆ, ମାସକୋ ହୋ ସମାଜ ପାର୍ବତୀ ବିରୁଆ, ବିର୍ସାମୁଣ୍ଡା କମିଟୀ ଉପଦେଷ୍ଟା ଜଟିୟା ସାୟାଁ, ବିର୍ସାମୁଣ୍ଡା କମିଟୀ ସଭାପତି ଘନଶ୍ଯାମ ପିଙ୍ଗୁଆ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ତିରିଙ୍ଗ ବ୍ଲକ ଚେୟାରମେନ ପରମେଶ୍ବର ସାମାଡ, ଆସେକା କୁସୁମୀ ର ଭାଗିରଥୀ ମୁର୍ମୁ, ସିଦହରା ଆକାଳାର ପଦ୍ମଚରଣ ବାନରା, ପାରଗାନା ଭଗବାନ ହେମ୍ବ୍ରମ, ମାସାକର୍ମୀ ସୁନୀଲ ସୋରେନ, ମାସା ସଭାପତି ରାମ ମୁର୍ମୁ, ମାସା ସଂପାଦକ ମାସାଙ୍ଗ ମୁର୍ମୁ, ରାଇରଙ୍ଗପୁର ଆସେକା ସଂପାଦକ ଜିତେନ୍ଦ୍ରନାଥ ହାଁସଦାଃ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯା କମଳା ତିରିଆ, ଜିଲ୍ଲା ପରିଷଦ ସଭ୍ଯ ପରେଶ ମୁଣ୍ଡା, ଟାଣୁଆ ନେତା ଦୁବରାଜ ନାଗ, ନାରାୟଣ ମୁର୍ମୁ, ସାଲୁ କିସ୍କୁ, ଜେମା ଷୁଣ୍ଡି ଓ ଚକ୍ରଧର ହେମ୍ବ୍ରମ ପ୍ରମୁଖ ନେତୁତ୍ବ ନେଇଥିଲେ |