ଆଜି ମଣ୍ଡପରେ ମହାସପ୍ତମୀ; ପୀଠରେ ମହାଷ୍ଟମୀ ପୂଜା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର। ଆଜି ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା| ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ଆଜି ମହାସପ୍ତମୀ ପୂଜାରେ ବିଶେଷ ରୀତିନୀତିରେ ପୂଜା ପାଇବେ ମା ଦଶଭୂଜା । ସକାଳୁ ସୂର୍ଯ୍ୟପୂଜା, ଗୋ ପୂଜା କରାଯାଇଛି ।

ପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯାଇଛି। ବୁଧବାର ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା। ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାମପ୍ତମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ପୂଜା ପାଇଁ ଭୁବନେଶ୍ୱର, କଟକ ସମତେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି ।

ସୁନା ଚାନ୍ଦି ମେଢରେ ମାଆଙ୍କ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ୍ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତାସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି। ନୟାପଲ୍ଲୀ, ସହିଦ ନଗର, ଝାରପଡା, ରସୁଲଗଡ, ବରମୁଣ୍ଡା, ସହିଦନଗର, ଷ୍ଟେସନ ବଜାର ଆଦି ପ୍ରମୂଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.