ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ । ପଶ୍ଚିମ ଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇସାରିଛି । ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ ।

ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ଣ ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ପରିସରରେ ପ୍ରାୟ ଦେଢ ଘଣ୍ଟା ରହଣି କାର୍ଯ୍ୟକ୍ରମ ରହିଛି । ଗତକାଲି ହଜାରେରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ନଡ଼ିଆ କଳସ ଗୁଡିକୁ ରଖାଯାଇଛି ।

ଯଜ୍ଞ କୁଣ୍ଡରେ ଆଜି ଠାରୁ ହୋମ ଯଜ୍ଞ ଆରମ୍ଭ ହେବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ପୂର୍ବରୁ ବନ୍ଦ ଘୋଷଣା କରାଯାଇଛି ।

ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗତ ୨୫ ତାରିଖରେ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ । ଏହି ପ୍ରକଳ୍ପର ୪ଟି ମୁଖ୍ୟ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.