ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରଚୁଆଲ ମୋଡରେ ନବମତଦାତା ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଉତ୍ତମ ଓ ଉଚିତ ଲୋକପ୍ରତିନିଧୀ ଚୟନ କରିବା ପାଇଁ ନୂତନ ମତଦାତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣକୁ ନେଇ ଆଜି ନୂତନ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରଚୁଆଲ ମୋଡରେ ଉଦବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଠରରୁ ପଚିଶ ବର୍ଷର ମତଦାତାମାନଙ୍କ ଉତ୍ସାହ ଉଦ୍ଧିପନା ସହଜରେ ବାରି ହୋଇପଡୁଥିଲା ।

ଆଜି ବିଜେପି ପକ୍ଷରୁ ବାସୁଦେବପୁର ଟାଉନହଲ ଓ ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଅରଣ୍‌ୁଆ ହାଟପଡା ଠାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାସୁଦେବପୁରର କୋଡିନେଟର ମାନସକୁମାରା ସାହୁ ଓ ଜିଲ୍ଲା ବିଜେପି ଉପସଭାପତି ଉଦୟନାରାୟଣ ମଲ୍ଲିକ,ବରିଷ୍ଠ ବିଜେପି ନେତା ମାଧବାନନ୍ଦ ମଲ୍ଲିକ,ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସଦସ୍ୟ ଅଶୋକକୁମାର ସାହୁ, ମନୋଜ ନାୟକ, ମହେଶ୍ୱର ଧଳ, ରାଜେନ୍ଦ୍ର ବାରିକ, ତାଜୁ ଖାଁ,ନାଇକାଣିଡିହି ମଣ୍ଡଳ ସଭାପତି ବିମ୍ବାଧର ଜେନା,ପ୍ରତାପ ନାୟକ, ନଗର ମଣ୍ଡଳ ସଭାପତି ଭଗବାନ ମହାନ୍ତି, ମଧୁସୂଦନ ପାଢୀ, ରକ୍ତତିର୍ଥ ଇରମ ମଣ୍ଡଳ ସଭାପତି କୈଳାସଚନ୍ଦ୍ର ପଣ୍ଡା, ପଦ୍ମପୁର ମଣ୍ଡଳ ସଭାପତି ମୁକ୍ତିକାନ୍ତ ଘଡେଇ, ଜୟପ୍ରକାଶ ମଲ୍ଲିକ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ନୂଆ କରି ମତଦାତା ହୋଇଥିବା ଯୁବକଯୁବତୀମାନଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା କରା ଯାଇଥିଲା । ସେହିପରି ଆରୁହା ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନବନ୍ଧୁ ପତି,ସବ୍ୟସାଚି ମହଲା, କୋଡିନେଟର ତପନକୁମାର ନାୟକ,ମୁକ୍ତିକାନ୍ତ ନାୟକ, ଭରତ ମିଶ୍ର, ତୁଷାର ରଥ,ସନ୍ତୋଷ ମହାରଣା,ସନୋଷ ସାହୁ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମାଧବାନନ୍ଦ ମଲ୍ଲିକ ଓ ଦିନବନ୍ଧୁ ପତି ଉଭୟ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।

Leave A Reply

Your email address will not be published.