ସର୍ବ ଭାରତୀୟ ଗୋଲଡେନ କପ କ୍ରିକେଟ : ଉଦଘାଟନୀ ମ୍ୟାଚ୍ ରେ କଟକ ଓ ଭୁବନେଶ୍ୱର ବିଜୟୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତୀ ମିନିଷ୍ଚାଡିୟମ ରେ ସର୍ବଭାରତୀୟ ସ୍ତରର ୮ଟି ଦଳ କୁ ନେଇ ଟି-ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି। ଆଜି ଉଦଘାଟନୀ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଅଳତୀ ଡିଏନ ବିଦ୍ୟାପୀଠ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଜେନା, ବସନ୍ତମଞ୍ଜରୀ ଫାଉଣ୍ଡେସନ ପ୍ରତିଷ୍ଠାତା ଡଃ ରତିକାନ୍ତ ବରାଳ, କ୍ରିଡ଼ା ଶିକ୍ଷକ କାର୍ତ୍ତିକ ପ୍ରସାଦ ଶତପଥୀ,ସ୍ପୋର୍ଟସ କ୍ଲବ ପ୍ରଶିକ୍ଷକ ମନ୍ମଥ ରାଉତ, ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରସନ୍ନ ନାୟକ ଯୋଗଦେଇ କ୍ରିଡ଼ା ପତାକା ଦେଖାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ ପ୍ରଗତୀ ସ୍ଫୋଟିଂ ଭୁବନେଶ୍ୱର ବନାମ ବିଳାସପୁର ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପ୍ରଗତୀ ସ୍ଫୋଟିଂ ଭୁବନେଶ୍ୱର ୧୫ ଓଭରରେ ୬ ୱିକେଟ ହରାଇ ୧୦୮ ରନ୍ ସଂଗ୍ରହ କରିଥିବାବେଳେ, ବିଳାସପୁର ରେଲୱେ ସମସ୍ତ ୱିକେଟ ହରାଇ ୮୮ ରନ୍ କରି ପରାଜିତ ହୋଇଥିଲା | ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ୍ କଟକ ବନାମ ଆରୱ।ଇସିସି ରାଉରକେଲା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆରୱ।ଇସିସି ରାଉରକେଲା ୧୪.୨ ଓଭରରେ ସମସ୍ତ ୱିକେଟ ହରାଇ ୭୦ ରନ୍ କରିଥିବା ବେଳେ ରାଇସିଂ ଷ୍ଟୁଡେଣ୍ଟ୍ କଟକ ୧୪ ଓଭରରେ ୫ ୱିକେଟ ହରାଇ ୭୧ ରନ୍ କରି ବିଜୟୀ ହୋଇଥିଲେ।

କଟକ ର ସିଦ୍ଧାର୍ଥ ସିହ୍ନା ଭୁବନେଶ୍ବର ଟୁକୁନା ସାହୁ ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିଲେ। ଖେଳ ପରିଚାଳନାରେ ଓସିଏ ଅମ୍ପାୟାର ପ୍ରାଣନାଥ ଜେନା, ବିଜୟ ଜେନା, ସ୍କୋରର ସମୀର କୁମାର ସ୍ୱାଇଁ, ଆଶିଷ ମିଶ୍ର, ଡିଜିଟାଲ ସ୍କୋରର ବିଏମ ବିଶାଲ, ଧାରାବିବରଣୀ ତପନ ନାୟକ,ବୁବୁ ସିହ୍ନା ସହଯୋଗ କରିଥିଲେ। ଖେଳ ପରିଚାଳନାରେ ବରିଷ୍ଠ ସଦସ୍ୟ ନିରଞ୍ଜନ ବରାଳ,ଜିତେନ୍ଦ୍ର ଓଝା, ବୈଲୋଚନ ସ୍ୱାଇଁ,ମୋତିଲାଲ ସେଠୀ,ରିପୁନ ସ୍ୱାଇଁ, ଦିପକ ଭୁୟାଁ, ମାନସ ସେଠୀ, ସିପକ ଦାସ,ବିରବର ସାହୁ ,ସ୍ପୋର୍ଟସ କ୍ଲବ ସଭାପତି ସତ୍ୟବ୍ରତ ରାଉଳ, ସମ୍ପାଦକ ପ୍ରିୟବ୍ରତ ବରାଳ, କୋଷାଧ୍ୟକ୍ଷ ଦିପକ ଦାସ, ଉପସଭାପତି ପ୍ରକାଶ ଦାସ,ସହ ସମ୍ପାଦକ ସଂଜୟ ସେଠୀ ଖେଳ ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.