ଦେଓଗାଁ ପଞ୍ଚାୟତ ପକ୍ଷରୁ ୨୫ ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବରରେ ପାଳନ କରାଯାଇଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଓଗାଁ ପଞ୍ଚାୟତ ପକ୍ଷରୁ ୨୫ ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବରରେ ପାଳନ କରାଯାଇଛି | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଦେଓଗାଁ ସ୍ଥିତ କୁଶଳେଶ୍ଵର ଜାଗର ମେଳା ପଡ଼ିଆ ଠାରେ ଦେଓଗାଁ ପଞ୍ଚାୟତ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ। ପଞ୍ଚାୟତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଏଥିରେ ସରପଞ୍ଚ ସତ୍ୟ ରଞ୍ଜନ ଭୂୟାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟାନ ଅତିଥି ଭାବେ ସମବାୟ ସମିତି ସଭାପତି ରମାକାନ୍ତ ବଳ, ସଭ୍ୟ କଲ୍ପନା ବଳ, ଜଟାଧାରୀ ସିଅଳ, ଅନାମ ଚରଣ ରାଉତ ଅନନ୍ତ ଚରଣ ରାଉତ ଯୋଗ ଦେଇଥିଲେ ଓ ନାରାୟଣ ସାହୁ, ସୁରେନ୍ଦ୍ର କୁମାର ସାହୁ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave A Reply

Your email address will not be published.