ବିପୁଳ ପରିମାଣରେ ଦେଶିମଦ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିପୁଳ ପରିମାଣରେ ଦେଶିମଦ ଜବତ। ସୋର ଥାନା ୨ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସଷ୍ଟାଣ୍ଡ ରୁ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସରୁ ବିପୁଳ ପରିମାଣର ଦେଶିମଦ ଜବତ କରିଛି ସୋର ପୋଲିସ। ତା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରୋହିତ ନାମକ ଏକ ଘରୋଇ ବସରେ ଦେଶିମଦ ଚାଲାଣ ହେଉଥିବା ଜାଣିପାରି ବସ ଉପରେ ଚଢ଼ାଉ କରି ୫୦୦ ଲିଟର ଦେଶିମଦ ଜବତ କରିଛି ପୋଲିସ।

ତା ସହିତ ଏହାର କଣ୍ଡକ୍ଟର ନୂଆସାହି ଗ୍ରାମର ଅଶୋକ କୁମାର ଭୂୟାଁ (୫୫) ଏବଂ ହେଲ୍ପର ଉଦଳା ଅଡାପାଳ ଗ୍ରାମର କୃପାସିନ୍ଧୁ ବଢ଼େଇ (୩୬) କୁ ଥାନାରେ ଅଟକ ରଖି ତଦନ୍ତ କରି ଆଜି ପୁଲିସ ୩୦୭/୨୪ ରେ ଏକ ମାମଲା ରୁଜ୍ଜୁ କରି ଉଭୟଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ ସୋର ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Leave A Reply

Your email address will not be published.