ବାଇକ ଚୋର ଗିରଫ; ବାଇକ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଇକ ଚୋର ଗିରଫ।ବାଇକ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନଛକ ନିକଟରୁ ଚୋରି ହୋଇଥିବା ଏକ ବାଇକ ଚୋରି ଘଟଣାରେ ସୋର ପୁଲିସ ବାଇକ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ବାଇକ ଟିକୁ ଉଦ୍ଧାର କରିଛି।

ଗତ ଶୁକ୍ରବାର ଦିନ ଷ୍ଟେସନଛକ ନିକଟରେ ଥିବା ସୁଶାନ୍ତ ପୃଷ୍ଟିଙ୍କ ଲୁଗାଦୋକାନ ଆଗରେ ସୁଶାନ୍ତ ନିଜର ବାଇକ ରଖିଥିବା ବେଳେ ବାଇକଟି ଚୋରି ହୋଇଯାଇଥିଲା। ସୁଶାନ୍ତ ଏ ବାବଦରେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଗତକାଲି ସଂଧ୍ୟା ସମୟରେ ଜଣେ ଯୁବକ ବାଇକଟିକୁ ବଡଖୁରୀ ଛକକୁ ବିକ୍ରୀ କରିବାକୁ ଆଣିଥିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହ କରି ତାଙ୍କୁ ପୁଲିସ ଜିମା ଦେଇଥିଲେ।

ଆଜି ପୁଲିସ ଏ ବାବଦରେ ୩୦୬/୨୪ ରେ ଏକ ମାମଲା ରୁଜ୍ଜୁ କରି ଅଟକ ଥିବା ମାଣତ୍ରୀ ପଞ୍ଚାୟତ ନୂଆପୁର ଗ୍ରାମର ଅନିଲ କୁମାର ବାରିକ(୨୬) କୁ ଗିରଫ କରିଥିଲେ। ଆଜି ଅପରାହ୍ନରେ ସୋର ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରିଛି ସୋର ପୁଲିସ।

Leave A Reply

Your email address will not be published.