ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ। ବିଏସ. ଉଚ୍ଚବିଦ୍ୟାପୀଠ ର ୧୯୮୯ ବ୍ୟାଚ ର ବନ୍ଧୁ ମିଳନଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆର୍ତ୍ତୁ ସ୍ଥିତ ବି.ଏସ . ଉଚ୍ଚ ବିଦ୍ୟାପୀଠ ପରିସରରେ ୧୯୮୯ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ର ବନ୍ଧୁ ମିଳନ ଓ ଗୁରୁପୁଜନ ଅନୁଷ୍ଠିତ ହୋଇ ଯାଇଛି |ଏହି ଅବସର ରେ ବିଦ୍ୟାଳୟ ର ୧୯୮୯ ବ୍ୟଚ୍ଚ ର ପିଲା ମାନେ ଏକତ୍ରିତ ହୋଇ ବିଦ୍ୟାଳୟ ର ଗୁରୁଜୀ ମାନଙ୍କୁ ନେଇ ଏକ ଗୁରୁ ପୂଜନ ଉତ୍ସବ ପାଳନ କରିଛନ୍ତି।

ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ପ୍ରଧାନ ଶିକ୍ଷକ ଉମାକାନ୍ତ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଗୁରୁଜୀ ସୁଧାକର ସନ୍ଧି ବିଗ୍ରହ, ବିଦ୍ୟାଧର ଘଡିଆ, ମୁରଲୀ ଧର ଶାସ୍ତ୍ରୀ, ପ୍ରଶାନ୍ତ ବାରିକ୍, ଶୁଭେନ୍ଦୁ ବିଶ୍ଵାଳ, କାର୍ତ୍ତିକ ଚନ୍ଦ୍ର ନାୟକ, ଶଶି କାନ୍ତ ରାଉତ, ଉମାକାନ୍ତ ବିଶ୍ଵାଳ, ବିଜୟ କୁମାର ବେହେରା, ସେଖ ସରି ଫୁଦ୍ଦିନ ଯୋଗ ଦେଇଥିଲେ। ଉପସ୍ଥିତ ଅବସର ପ୍ରାପ୍ତ ଶିକ୍ଷକ ଓ କାର୍ଯ୍ୟରତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁ ଓ ଶିଷ୍ୟର ସମ୍ପର୍କ ଯୁଗେ ଯୁଗେ ଅମର, ଅବର୍ଣ୍ଣନୀୟ ବୋଲି ଉପସ୍ଥିତ ଶିକ୍ଷକ ମାନେ କହିଛନ୍ତି।

ଆମେ ଆମ ସ୍କୁଲ ସମୟ କୁ ଭୂଲି ନାହୁ, ଆମର ଗୁରୁଜୀ ମାନଙ୍କୁ ଆଜି ନିକଟ ରେ ପାଇ ଆର୍ଶୀବାଦ ନେଇ ଆମ୍ଭେ ମାନେ ବହୁତ୍ ଖୁସି ଓ ଆନନ୍ଦିତ ବୋଲି ୧୯୮୯ ବ୍ୟଚ୍ ର ପିଲା ମାନେ କହିଁଛନ୍ତି। ଅନୁଷ୍ଟିତ ଏହି କାର୍ଯ୍ୟ କର୍ମ ରେ ଅବନୀ ରାଉଳ, ବିଭୁ ରଞ୍ଜନ ମିଶ୍ର, ଦିଲ୍ଲୀପ ବେହେରା, ଜ୍ୟୋତି ରଞ୍ଜନ ରାଉତ, ମନୋରଞ୍ଜନ ସନ୍ଦିବିଗ୍ରହ୍, ରଶ୍ମି ରଂଜନ ବେହେରା, ଆରତୀ ବେହେରା, ଅଭୟ ରାଉଳ, ରେବତୀ ସାହୁ, ମନୋରମା ବେହେରା, ସୁଜାତା ବେହେରା, ଉମା ରାଉତ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave A Reply

Your email address will not be published.