କରଞ୍ଜିଆ ବିଧାନସଭା ଟିକେଟ ଦୌଡ଼ରେ ବିଭିନ୍ନ ଦୋଳର ଆଶାୟୀ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ବିଧାନସଭା ଟିକେଟ ଦୌଡ଼ରେ ବିଭିନ୍ନ ଦୋଳର ଆଶାୟୀ ପ୍ରାର୍ଥୀ | ବିଭିନ୍ନ ଦୋଳ ପକ୍ଷରୁ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାଥୀ ଘୋଷଣା ହୋଇସାରିଥିବା ବେଳେ କରଞ୍ଜିଆ ବିଧାନସଭା ପାଇଁ କୌଣସି ଦୋଳ ଏ ଯାଏ ନିଜର ପ୍ରାର୍ଥ ଘୋଷଣା କରିନାହିଁ ଯାହାକୁ ନେଇ ଚାହିଁ ବସିଛନ୍ତି କରଞ୍ଜିଆ ବାସୀ ଏବଂ ବିଭିନ୍ନ ଦୋଳର ଆଶାୟୀ ପ୍ରାଥୀ |

ତେବେ ବିଜୁ ଜନତା ଦୋଳ ପକ୍ଷରୁ ବାସନ୍ତୀ ହେମ୍ବ୍ରମ ଯିଏକି ପୂର୍ବରୁ ଶିଶୁ ବିକାଶ ମିଶନଶକ୍ତି ମନ୍ତ୍ରୀ ଥିଲେ ତାଙ୍କ ସହିତ ରହିଛନ୍ତି ପୂର୍ବତନ ବିଧାୟକ ବିଜୟ ନାଏକ ଏବଂ ଅନ୍ୟ ଜଣେ ରୁକ୍ମଣୀ ହେମ୍ବ୍ରମ |ସେହିପରି ବିଜେପି ରେ ଆଶାୟୀ ରହିଛନ୍ତି ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ, ଯୁଗଳ କିଶ୍ବର ନାଏକ, ପୁଷ୍ପାଞ୍ଜଳି ସିଧୁ, ସୁନାମଣୀ ହୋ ଏବଂ ପାଲିଆର ପଲିଆ |ଏବଂ କଂଗ୍ରେସ ରୁ ରହିଛନ୍ତି ଲକ୍ଷ୍ମୀଧର ସିଂ |

ସମସ୍ତେ ଚାହିଁ ବସିଛନ୍ତି ଦୋଳିଓ ଟିକେଟ କାହାକୁ ମିଳିବ |ତେବେ ଧୀରେ ଧୀରେ କରଞ୍ଜିଆ ରେ ଗରମ ବଢ଼ୁଥୁବା ବେଳେ ଆହୁରି ସରଗୋମ କରୁଛି ଏଠିକା ରାଜନୀତି | କିଏ ପାଇବ ଟିକେଟ ତାହାକୁ ନେଇ ଆଶାୟୀ ଯେତିକି ଚାହଁଉଛନ୍ତି ତାଠୁ ଅଧିକ ଚାହିଁଛନ୍ତି ଭୋଟର |ତେବେ କେବେ ଏହାର ଅନ୍ତ ଘଟୁଛି କିଏ ହେବେ କୋଉ ଦୋଳର ପ୍ରାର୍ଥୀ ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.