ବରଗଡ଼ରୁ ଜବତ ହେଲା ପୁଳା ପୁଳା ଟଙ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରୁ ମିଳୁଛି ପୁଳା ପୁଳା ଟଙ୍କା। ସେହିପରି ଗତକାଲି ଚେକିଂ ବେଳେ ବରଗଡ଼ରୁ ମିଳିଛି ସାଢେ ୭ ଲକ୍ଷ ଟଙ୍କା। ଏକ ଟାଟା ସୁମୋ ଗାଡ଼ିରୁ ଏହି ଟଙ୍କା ଜବତ କରିଛି ପୁଲିସ। ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ ।

ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା।ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି।ସେପଟେ ସମ୍ବଲପୁର ବାମରା ବ୍ଲକ୍ କେଶାଇବାହାଲ ଠାରେ ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଛି ୩ଲକ୍ଷରୁ ଅଧିକ ଟଙ୍କା। ଗାଡି ମଟର ଚେକିଂ ବେଳେ କାରରୁ ୩ଲକ୍ଷ ୫ହଜାର ୭ ଶହ ଟଙ୍କା ଜବତ ହୋଇଛି। ଜବତ ଟଙ୍କା କୁଚିଣ୍ଡା ସବ ଟ୍ରେଜେରୀରେ ଜମା କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

ପୂର୍ବରୁ କୁଚିଣ୍ଡାର ପୃଥକ ପୃଥକ ୩ ଟି ସ୍ଥାନରୁ ୧୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଏନେଇ ପୁଲିସର ସନ୍ଦେହ ବଢ଼ିଥିଲା। ପରେ ପୁଲିସ ଟଙ୍କାକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏହାସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବରଗଡ଼ରୁ ୧୬ ଲକ୍ଷ ଟଙ୍କା ଜବତ କରିଥିଲା  ପୁଲିସ।

Leave A Reply

Your email address will not be published.