ଭିଜିଲାନ୍ସ ଜାଲରେ ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି।  ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି।

ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି କେନ୍ଦ୍ରାପଡ଼ା ବ୍ଲକ୍ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ଵରେ ୬ ଜଣିଆ ଟିମ୍ ଚଢାଉ କରି ଲାଞ୍ଚ ଟଙ୍କା ସହ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା। ପୂର୍ବ ଯୋଜନା ମୁତାବକ ଆଗରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ୧୦ ହଜାର ଟଙ୍କା ବି ଜବତ କରାଯାଇଛି। ଏହାପରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ଭିଜିଲାନ୍ସ।

Leave A Reply

Your email address will not be published.