କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କଲା ଏସଆଇଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଶ୍ଳୀଳ ଭିଡିଓ ମାମଲାରେ ଫଶିଥିବା କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍(SIT) ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୭୬ ଅନୁଯାୟୀ ଏହି ମାମଲା ଦାୟର କରାଯାଇଥିବା ସୂଚନା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ସେ ଏକମାତ୍ର ଅଭିଯୁକ୍ତ ବୋଲି ନାମିତ କରାଯାଇଛି।

ଏସଆଇଟି ଅଧିକାରୀମାନେ ଗୁରୁବାର ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏଫଆଇଆର ଦାଖଲ କରିଥିଲେ। ଏଫଆଇଆର ଏକମାତ୍ର ଅଭିଯୁକ୍ତ ଭାବେ ପ୍ରଜ୍ୱଳଙ୍କ ନାଁ ଉଲ୍ଲେଖ କରାଯାଇଛି। ଏସଆଇଟି ଅଧିକାରୀମାନେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏଫଆଇଆର ଦାଖଲ କରିଛନ୍ତି। ଅଶ୍ଳୀଳ ଭିଡିଓ ରାକେଟ୍ ସାଙ୍ଗକୁ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଥାଇ ମଧ୍ୟ ଏପର୍ଯ୍ୟନ୍ତ ପ୍ରଜ୍ୱଳଙ୍କୁ ଗିରଫ କରାଯାଇ ନାହିଁ। କାରଣ ସେ ବିଦେଶ ପଳାୟନ କରିଥିବା କୁହାଯାଉଛି ଏହାପୂର୍ବରୁ ପ୍ରଜ୍ୱଳ ରେବନ୍ନା ଏବଂ ତାଙ୍କ ପିତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି  ରେବନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରାଯାଇଥିଲା। ଚାଲିଥିବା ଲୋକସଭା ନିର୍ବାଚନରେ ​​ହାସନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ପ୍ରଜ୍ୱଳ ରେବନ୍ନାଙ୍କ ସୋସିଆଲ ମିଡିଆରେ କିଛି ଅଶ୍ଳୀଳ ଭିଡିଓ ସେୟାର ହେବା ପରେ  ବିବାଦ ଲାଗି ରହିଛି।

ଜେଡି (ଏସ) ସାଂସଦ ଏହି ଭିଡିଓଗୁଡିକ ନକଲି ବୋଲି ଅଭିଯୋଗ କରିଛନ୍ତି। ଜେଡି (ଏସ) ଲୋକସଭା ପ୍ରାର୍ଥୀ ପ୍ରଜ୍ୱଳ ରେବନ୍ନା ଅଶ୍ଳୀଳ ଭିଡିଓ ମାମଲାରେ ଛନ୍ଦି ହେବା ପରେ କେଉଁଆଡ଼େ ଫେରାର୍‌ ଅଛନ୍ତି। ଏହି ମାମଲାର ତଦନ୍ତ କରି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗୁରୁବାର ତାଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ବିଶ୍ବର ସମସ୍ତ ଅପ୍ରବାସନ କେନ୍ଦ୍ରରେ  ଏହି ବିଜ୍ଞପ୍ତି ଜାରି କରାଯାଇଛି।

Leave A Reply

Your email address will not be published.