ନାମାଙ୍କନ ପତ୍ର ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ୍ ତ୍ରୀପାଠୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ପତ୍ର ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ୍ ତ୍ରୀପାଠୀ। ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରୀପାଠୀ। ସମ୍ବିତ ଙ୍କ ସହ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ କଟକ ସାଂସଦ ପ୍ରାର୍ଥୀ ଭତୃହରି ମହତାବ।ହଜାର ହଜାର ସଂଖ୍ୟାରେ ଲୋକଙ୍କ ସହ ବଡ଼ମ୍ବା ଜଗନ୍ନାଥ ମନ୍ଦୀର ଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ବାହାରିଥିଲେ।

ବଡ଼ମ୍ବା ଗାନ୍ଧିଛକ ଠାରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରୁ ବାହାରି ଆଠଗଡ଼ ଉପ ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ। ବଡ଼ମ୍ବା ଜନସାଧାରଣ ଏଥର ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଏଥର ଲୋକେ ପ୍ରତ୍ୟାଖ୍ୟାନ କରିବେ ଓ ଡବଲ ଇଂଜିନ ସରକାର ଆସିବ ବୋଲି ପ୍ରତିକ୍ରିୟା ରଖିଥିଲେ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ।ତେବେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ସମ୍ବିତ ତ୍ରିପାଠୀ ଲଢ଼ୁଥିବା ବେଳେ ବିଜେଡିରୁ ସପ୍ତମ ଥର ପାଇଁ ଲଢ଼ିବେ ଦେବୀ ମିଶ୍ର, କଂଗ୍ରେସ ରୁ ସଞ୍ଜୟ ସାହୁ ଏବଂ ବିଜୟ ଦଳବେହେରା ବିଜେପି ରୁ ଟିକେଟ ନ ପାଇବାରୁ ସ୍ୱାଧୀନ ଭାବରେ ନାମାଙ୍କନ କରିବେ ବୋଲି ଚର୍ଚା ହେଉଛି।

ହାଇ ଭୋଲଟେଜ ଲଢେଇ ଦେଖିବାକୁ ମିଳିବ । ପ୍ରକାଶ ଥାଉକି ନରସିଂହପୁର ରୁ ଶୋଭାଯାତ୍ରା ପରିବର୍ତ୍ତେ ବଡମ୍ବା ରୁ ଶୋଭାଯାତ୍ରା ବାହାରିବା ନେଇ ନରସିଂହପୁର ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି।ଏହାକୁ ନେଇ ସାଧାରଣ ରେ ଆଲୋଚନା ହେଉଛି।ପୂର୍ବରୁ ବିଜେପି ପ୍ରାର୍ଥୀ ସମ୍ବିଦ ତ୍ରିପାଠୀ ବିରୋଧ ର ସମ୍ମୁଖିନ ହୋଇଥିଲେ।

Leave A Reply

Your email address will not be published.