ଆଗାମୀ ୨୪ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେବେ କେରଳ ଛୁଇଁବ ମୌସୁମୀ ? ଏବେ ବି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପଗ ବିଭାଗ । ଗତକାଲି କେରଳରେ ଯେଉଁ ପ୍ରବଳ ବର୍ଷା ହୋଇଛି ତାହା ମୌସୁମୀ ବର୍ଷା ନୁହେଁ ଏହା କାଳବୈଶାଖୀ ଜନିତ ବର୍ଷା । ବର୍ତ୍ତମାନ ଦକ୍ଷିଣ ପୂର୍ବ ଆରବସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଉତ୍ତର ଦିଗକୁ ଗତି କରିବ ।

ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ଆରବ ସାଗରରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ସୃଷ୍ଟି ଓ ପରବର୍ତ୍ତୀ ତୀବ୍ରତା ତଥା ସମ୍ଭାବ୍ୟ ଉତ୍ତର ଆଡ଼କୁ ଗତି ଦକ୍ଷିଣ-ପଶ୍ଚିମ ମୌସୁମୀର କେରଳ ଉପକୂଳ ଆଡ଼କୁ ଅଗ୍ରସରକୁ ଗୁରୁତର ଭାବେ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଉପକୂଳରେ ବାଦଲର ଆଚ୍ଛାଦନ କମିଥିବା ସୂଚନା ମିଳିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ରବିବାର ୧୫ ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ଏହି ୧୫ ଜିଲ୍ଲା ପାଇଁ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ଗଜପତି, ନୟାଗଡ, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, କେଉଁଝର, ଅନଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଏବଂ ଜାଜପୁର ଜିଲ୍ଳା ପାଇଁ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.