ବିଜୁଜନତା ଦଳର କର୍ମୀ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ୍ ନାବରା ପଞ୍ଚାୟତ ଖେଳ ପଡ଼ିଆରେ ବିଜୁଜନତା ଦଳ ର କର୍ମୀ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁସାରେ ଆଜି ଦିନ ଦୁଇଟା ସମୟରେ ବିଜୁଜନତା ଦଳର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ନାବରା ପଞ୍ଚାୟତ ଖେଳ ପଡ଼ିଆରେ ଅନୁଷ୍ଠିତ ହେଇଯାଇଛି |

ବସ୍ତା ବ୍ଲକ୍ ଉପସଭାପତି ଅନାଦି ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ,ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ଆଲୋଚନା କରିବା ସହିତ ଆଗାମୀ ନିର୍ବାଚନ ରେ ପୁଣି ଥରେ ମାନନୀୟ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନିବେଦନ କରିଥିଲେ।

ସଭାରେ ବସ୍ତା ବ୍ଲକ୍ ଉପସଭାପତି ଅନାଦି ଦାସ, ବ୍ଲକ ଉପାଧ୍ୟକ୍ଷ ଦୀଲ୍ଲିପ କୁମାର ଦାସ ମହାପାତ୍ର, ପୂର୍ବତନ ପୁଟୁରା ସରପଞ୍ଚ ଭଜହରି ପରିଡ଼ା,ପାଉଁଶ କୁଲି ସଭାପତି ଗିରିଜା ଶଙ୍କର ମହାନ୍ତି,ପ୍ରମୁଖ ଯୋଗ ଦେଇ ସାଂସଦ ପ୍ରାର୍ଥୀନୀ ଏବଂ ବିଧାୟକ ପ୍ରାର୍ଥୀ ଙ୍କୁ ଫୁଲ ମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଶଙ୍ଖ ଚିହ୍ନ ରେ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ତେବେ ଏହି ସମାବେଶ ରେ ନାବରା ପଞ୍ଚାୟତ ର କଂଗ୍ରେସ ଦଳ ର ସରପଞ୍ଚ ନଗେନ୍ଦ୍ର ନାଥ ସିଂ, ସମିତି ସଦସ୍ୟ, ଓ୍ବାଡ ମେମ୍ବର ଙ୍କ ସହ ଶତାଧିକ ନକର୍ମୀ ବିଜୁଜନତା ଦଳ ରେ ସାମିଲ ହୋଇଥିଲେ।ସମସ୍ତଙ୍କୁ ମନ୍ତ୍ରୀ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଆଦରି ନେଇଥିଲେ ।

Comments are closed.