ମାଇନ୍ସ ବିଭାଗ ପକ୍ଷରୁ ବେଆଇନ ବାଲିଖାଦାନ ଉପରେ ଚଢ଼ାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଳମ୍ବିତ ରାତିରେ ଜିଲ୍ଲା ମାଇନ୍ସ ବିଭାଗ ପକ୍ଷରୁ ବେଆଇନ ବାଲିଖାଦାନ ଉପରେ ଚଢ଼ାଉ | ୫ଟି ବାଲିବୋଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ ଜବଦ | ୪ଜଣ ବାଲି ମାଫିଆ ଅଟକ |

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରେ ରାଜନଗର ଠାରେ କେବଳ ଗୋଟିଏ ମାତ୍ର ସରକାରୀ ବାଲି ଖାଦାନ ଥିଲା ବେଳେ କିଛି ବାଲିମାଫିଆ ଶିଖରପୁର ଠାରେ ପ୍ରେତ୍ୟେକ ଦିନ ବିଳମ୍ବିତ ରାତିରେ ବେଆଇନ ଭାବରେ ମେସିନ ଲଗାଇ ଶହ ଶହ ଟ୍ରିପ ବାଲି ଉତ୍ତଳନ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲା ବେଳେ ରାଜ୍ୟ ରାଜସ୍ୟ ହରାଉଛି | ବେଆଇନ ବାଲି ଖାଦାନକୁ ନେଇ ବାରମ୍ବାର ଜିଲ୍ଲା ମାଇନ୍ସ ବିଭାଗ ପାଖରେ ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ଦେଖିବାକୁ ମିଳୁଥିଲା | ତେବେ ଗତ ବୁଧୁବାର ବିଳମ୍ବିତ ରାତିରେ ଜିଲ୍ଲା ମାଇନ୍ସ ବିଭାଗ ଓ ଜଳେଶ୍ୱର ପୋଲିସ ପକ୍ଷରୁ ଉକ୍ତ ବେଆଇନ ବାଲିଖଦାନ ଉପରେ ଚଢ଼ାଉ କରାଯାଇଥିଲା |

ଚଢ଼ାଉ ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରିବା ସହିତ ୪ଜଣ ବାଲିଆ ମାଫିଆକୁ ଅଟକ ରଖିଛି ବିଭାଗ |ଏହି ଚଢ଼ାଉରେ ଜିଲ୍ଲା ମାଇନିଂ ଅଫିସର ସଂତୋଷୀ ପ୍ରଭା ସେଠି ମାଇନ୍ସ ବିଭାଗର ଡେପୁଟି ଡାଇରେକ୍ଟର ସନ୍ତୋଷ କୁମାର ଦଳାଇ ସହିତ ଜଳେଶ୍ୱର ପୋଲିସ ଉପସ୍ଥିତ ଥିଲେ | ବିଭାଗ ବାଲି ମାଫିଆମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି |

Leave A Reply

Your email address will not be published.