ଅସ୍ତି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଓ କର୍ମୀ ବୈଠକ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅସ୍ତି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଓ କର୍ମୀ ବୈଠକ | ୨୦୨୪ ପରିପ୍ରେକ୍ଷୀରେ ବୁଧବାର ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ଡ଼ାଳୁଆ ଗ୍ରାମର ତାରିଣୀ ଛକ ତପନ ଜେନାଙ୍କ ବାସଭବନରେ ବିଜେଡିର କାର୍ଯ୍ୟାଳୟ ଉଦଘାଟନ ଓ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶାଳ ପଟୁଆର କୁନା ଭୂୟାଁ ଛକ ଠାରୁ ବିଜେଡି ର କର୍ମୀମାନେ ତାରିଣୀ ଛକ ନିକଟ ରେ ପହଞ୍ଚିଥିଲେ।

କୃଷକ ନେତା ତଥା ପୂର୍ବତନ ସରପଞ୍ଚ ଶରତ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମୀ ବୈଠକରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଯୋଗ ଦେଇ ଉପସ୍ଥିତ ପଞ୍ଚାୟତର ଗୁରୁଜନ, ମା’ ମାଉସୀ ଓ ଯୁବବର୍ଗଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଞଆଲୋଚନା କରିବା ସହ ତୃଣମୂଳ ସ୍ତରରେ ଦଳର ସଂଗଠନ ସୁଦୃଢ଼ ଦିଗରେ କାର୍ଯ୍ଯ କରିବାକୁ ସଭିଙ୍କୁ ଆହ୍ଵାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଭୋଟ ଭିକ୍ଷା କରିଥିଲେ ।

ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମିଳିମିଶି ଅଞ୍ଚଳର ଉନ୍ନତି କ୍ଷେତ୍ରରେ କାର୍ଯ୍ଯ କରିବା ପାଇଁ ଆହ୍ଵାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସ୍ତା ବାଲିଆପାଳ ବିଜେଡି ପଯ୍ୟବେକ୍ଷକ ରଣଜିତ ମହାପାତ୍ର, ସମାଜସେବୀ ସୌମଦୀପ ଚକ୍ରବର୍ତ୍ତୀ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ବାଳା ଜେନା, ଅସ୍ତି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ହରେକୃଷ୍ଣ ଜେନା, ସଦସ୍ୟା ହରପ୍ରିୟା ପାତ୍ର, ପୂର୍ବତନ ସରପଞ୍ଚ ଶାନ୍ତନୁ ଭଦ୍ର, କରୁଣାକର ଜେନା ଓ ବିଜୁ ଜନତା ଦଳର ବହୁ ନେତୃବୃନ୍ଦ ଓ ଶତାଧିକ ପୁରୁଷ ମହିଳା କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.