ଭୋଗରାଇରେ ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଳମ୍ବିତ ରାତିରେ ଭୋଗରାଇରେ ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ | ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୂନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟିନେଲେ ଲୁଟେରା | କଖଡା ପଂଚାୟତର ତଲାଡୀ ଗ୍ରାମର ମା ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର ସହ ଝାଡସିମୁଳିଆ ଗ୍ରାମର ଖରାଖାଈ ମନ୍ଦିରରୁ ଲକ୍ଷ୍ୟଧିକ ଟଙ୍କାର ଅଳଙ୍କାର, ଆସବାବପତ୍ର ସମେତ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟ ହୋଇଛି |

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କଖଡା ପଂଚାୟତର ତଲାଡ଼ି ଗ୍ରାମରେ ଥିବା ମା ମଙ୍ଗଳାଙ୍କ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ସହ ଝାଡସିମୁଳିଆ ଗ୍ରାମର ଖରାଖାଈ ମନ୍ଦିରୁ ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଲକ୍ଷ୍ୟଧିକ ଟଙ୍କାର ସୁନା ରୁପା ଲୁଟ ହୋଇଛି |  ଆଜି ସକାଳେ ଗ୍ରାମବାସୀ ଓ ପୂଜକଙ୍କ ନଜରକୁ ଆସିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଛନ୍ତି |

ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିଛି | ତେବେ ମନ୍ଦିରରୁ ଠାକୁରଙ୍କର ସମସ୍ତ ସୂନା ଅଳଙ୍କାର ଏବଂ ଆସବାବପତ୍ର ଲୁଟ କରି ଦୁର୍ବୁର୍ତ୍ତ ମାନେ ଛୁ ହୋଇଯାଇଛନ୍ତି | ତେବେ ଆନୁମାନିକ ୩ ମନ୍ଦିରରୁ ଦୁଇ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଚୋରୀ ହୋଇ ଥିବାଜଣା ପଡିଛି |

Leave A Reply

Your email address will not be published.