ପ୍ରାର୍ଥୀ ପତ୍ର ଦାଖଲ କଲେ ମହାକାଳପଡ଼ାର କଂଗ୍ରେସ ବିଧାୟକ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶାଳ ରାଲିରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କଲେ ମହାକାଳପଡ଼ା ର କଂଗ୍ରେସ ବିଧାୟକ ପ୍ରାର୍ଥୀ | ରାଜ୍ୟ ରେ ଦୀର୍ଘ ଦିନ ଧରି ବିଜୁ ଜନତା ଦଳ ର ଶାସନ ପରେ ବି ମହାକାଳପଡ଼ା ଅଞ୍ଚଳ ର ଅଧିକାଂଶ ପରିବାର ଆଜିବି ମୌଳିକ ସୁବିଧା ରୁ ବଂଚିତ ଅଛନ୍ତି | ବହେଳିତ ଜନ ସାଧାରଣ ଙ୍କୁ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଅଂଚଳର ପୁଅ ଲୋକନାଥ ମହାରଥୀ ଜାତୀୟ କଂଗ୍ରେସ ରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି |

ଏନେଇ ପବିତ୍ର ବୃଷ ସଂକ୍ରାନ୍ତି ଅବସର ରେ ନିଜ ଗାଁ ମାଟି ଗହ୍ମା ର ମୁରବି ମାନଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ | ଯିବା ବାଟରେ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା | ଯେପରି କିଛି କର୍ମୀ ଡିଜେ ସ୍ୱର ର ତାଳେ ତାଳେ ଜାତୀୟ କଂଗ୍ରେସ ପତାକା କୁ ଧରି ନାଚି ନାଚି ଚଳିଥିଲେ | ଗାଁ ରୁ ବାହାରିଥିବା ରାଲି ମାର୍ଶାଘାଇ କେନାଲ ପୋଲ ଦେଇ ଜାତୀୟ ରାଜପଥ ଓ ପରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା |

ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରୁ କଂଗ୍ରେସ କର୍ମୀ ପ୍ରାର୍ଥୀ ସମର୍ଥକ ଓ ପ୍ରସ୍ତାବ ଓ ଅନ୍ୟ ସହଯୋଗୀ ମାନଙ୍କ ସହିତ ନାମାଙ୍କନ ଭରିଥିଲେ | ପରବର୍ତ୍ତୀ ସମୟରେ ଶ୍ରୀ ବଳଦେବ ଜୀଉ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ | ଦୀର୍ଘ ଦିନ ଧରି ରାଜ୍ୟରେ ଯୁବ କଂଗ୍ରେସ ଦାୟିତ୍ୱ ନିର୍ବାହ ର ଦକ୍ଷତା କୁ ପାଥେୟ କରି ମହାକାଳପଡ଼ା ବାସୀଙ୍କ ଆଶୀର୍ବାଦ ଭିକ୍ଷା କରିବେ ବୋଲି କହନ୍ତି | ରାଜ୍ୟରେ ଗାଦିସୀନ ସରକାର ଜନତା ଙ୍କ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥ କୁ ବିଶେଷ ଗୁରୁତ୍ୱ ଦେଇ ବିକାଶ ନାଁ ରେ ଡିଣ୍ଡିମ ପିଟୁ ଥିବାରୁ ଓଡିଶା ରୁ ହଟୁନି ଦାଦନ ର ବିକଳ ଚିତ୍ର

Leave A Reply

Your email address will not be published.