ଦୁର୍ଘଟଣାଗ୍ରସ୍ତ ହେଲା ମେଟାଲ ବୋଝେଇ ହାଇୱା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଘଟଣାଗ୍ରସ୍ତ ହେଲା ମେଟାଲ ବୋଝେଇ ହାଇୱା | ଜାତୀୟ ରାଜପଥରେ ଏକ ମେଟାଲ ବୋଝେଇ ହାଇୱା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁର ସ୍ଥିତ ଫ୍ଲାଇ ଓଭର ନିକଟରେ ଦୁର୍ଘଟଣା ହୋଇଛି।

ହାଇୱାଟି ମେଟାଲ ବୋଝେଇ କରି ବାରିପଦା ପଟକୁ ଆସୁଥିବା ବେଳେ ଦାମୋଦରପୁର ସ୍ଥିତ ଫ୍ଲାଇ ଓଭର ଆରମ୍ଭ ପୂର୍ବରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଜାତୀୟ ରାଜପଥ ମଝିରେ ଥିବା ପୋଲର ଡିଭାଇଡରକୁ ହାଇୱାଟି ବାଡେଇ ହୋଇ ପୋଲ ତଳକୁ ଖସି ହୋଇ ରହିଯାଇଛି।

ଦୁର୍ଘଟଣା ଯୋଗୁଁ ହାଇୱା ଚାଳକ ଓ ହେଲପର ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ପିଆରଏମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାରେ ହାଇୱାର ଅନେକାଂଶ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ କରାଯାଇଛି।

Leave A Reply

Your email address will not be published.