ବେଲସୁନ୍ଦରୀରେ ଜନସଭାକୁ ସମ୍ବୋଧିତ କଲେ ସୌମ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଲସୁନ୍ଦରୀରେ ଜନସଭାକୁ ସମ୍ବୋଧିତ କଲେ ସୌମ୍ୟ , ୩୦ରୁ ଉର୍ଦ୍ଧ କଂଗ୍ରେସ କର୍ମି ହେଲେ ସାମିଲ | କେନ୍ଦୂଝର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଘସିପୁରା ରେ ସ୍ବାଧୀନ ପ୍ରାର୍ଥି ଭାବେ ନିର୍ବାଚନ ଲଢୁଥିବା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ କାଲି ଅଳତି ପଞ୍ଚାୟତ ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି  |

ଏହି  ଅବସରରେ ବିଧାୟକ ଭାବେ ନିର୍ବାଚିତ ହେଲେ ଘସିପୁରା ନିର୍ବାଚନ ମଣ୍ଡଳୀର ବିକାଶକୁ ଭିନ୍ନ ଢଙ୍ଗରେ ଗଢିତୋଳିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତି ଅବସରରେ ସ୍ଥାନିୟ ପୁରୁଣାବାନ୍ଧଗୋଡା ପଞ୍ଚାୟତର ୩୦ ରୁ ଉର୍ଦ୍ଧ କଂଗ୍ରେସ ସମର୍ଥକ ଦଳ ଛାଡି ସୋମ୍ଯ ବାବୁଙ୍କ ସାଥିରେ ସାମିଲ ହୋଇଥିଲେ।

ସୋମ୍ଯ ବାବୁ ସମସ୍ତ କର୍ମିଙ୍କୁ ସ୍ବାଗତ କରିବା ସହ ଉପସ୍ଥିତ ଜନସାଧାରଣଙ୍କ ମନ ଜିଣିବାକୁ ପ୍ରୟାସ କରିଥିଲେ । ଅଭିଭାଷଣ ଛଳରେ ନିଜର ନିର୍ବାଚନ ଚିହ୍ନ ଅଟୋ ରେ ସୁଇଚ ମାରି ବିପୁଳ ସଂଖ୍ଯାରେ ବିଜୟୀ କରିବାକୁ ସ୍ଥାନିୟ ଭୋଟର ମାନଙ୍କୁ ନିବେଦନ କରିଥିଲେ।

Leave A Reply

Your email address will not be published.