ଚାରାରୋପଣ କାର୍ଯ୍ୟର ଚାଷୀଙ୍କ ଟଙ୍କା ଆତ୍ମସାତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରୀ ଯୋଜନାରେ ଚାରା ରୋପଣ କରି ଠିକାଦାର ଚାଷୀଙ୍କ ଟଙ୍କା ହଡପ ନେଇ ଅଭିଯୋଗ ହୋଇଛି। ଏନେଇ ଶୂଳିଆପଦା ବ୍ଲକ ଅନ୍ତର୍ଗତ ବାଘଡା ଗ୍ରାମର ବାସିନ୍ଦା ମାନେ ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ପାରିଶ୍ରମିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ଜଣାଇଛନ୍ତି। ଉକ୍ତ ବାଘଡା ଗ୍ରାମ ଅଞ୍ଚଳର ଚାଷୀ ମାନଙ୍କ ଜମିରେ ଏନଆରଇଜିଏ ଯୋଜନାରେ ଚାରା ରୋପଣ ହେବା ନେଇ ଚୟନ ହୋଇଥିଲା।

ଏନେଇ ତାଙ୍କର ଜମି ପଟ୍ଟା, ବ୍ୟାଙ୍କ ଆକାଉଣ୍ଟ ପାସ ବୁକ, ଆଧାର କାର୍ଡ ଆଦି ରାଜେଶ କୁମାର ସାହୁ ସଂଗ୍ରହ କରି ନେଇଥିଲେ। ଏଥି ସହିତ ଚାଷୀ ମାନଙ୍କୁ ନୂତନ ଚେକ ବୁକ ପ୍ରଦାନ କରିଥିବା ବେଳେ ପ୍ରତି ଚାଷୀଙ୍କ ଠାରୁ ଦୁଇଟି ଚେକ ନେଇ ଯାଇଥିଲେ। ତେବେ ଚାରା ରୋପଣ ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ପରେ ଟଙ୍କା ଗାୟବ କରି ଠିକାଦାର ଫେରାର ହୋଇଯାଇଛି। ଚାରା ରୋପଣ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ବିନା ଦସ୍ତଖତର ଉକ୍ତ ଚେକ ଜରିଆରେ ଟଙ୍କା ଠିକାଦାର ରାଜେଶ କୁମାର ସାହୁ ଉଠାଇ ନେଇଛନ୍ତି।

ଚାରା ରୋପଣର ପରିଶ୍ରମର ଟଙ୍କା ନଦେଇ ଠିକାଦାର ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ନେଇଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେବେ ପାରିଶ୍ରମିକ ଟଙ୍କା ଫେରସ୍ତ ପାଇବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗୁହାରି ଜଣାଇଛନ୍ତି। ଏଥି ସହିତ ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି। ବ୍ୟାଙ୍କ ପକ୍ଷରୁ ଅଭିଯୋଗ ନେଇ ତଦନ୍ତ କରି ଟଙ୍କା ଫେରସ୍ତର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.