ଜଗନ୍ନାଥପୁର ଗ୍ରାମରେ ବାଘ ଆତଙ୍କ, ଭୟଭିତ ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଗାଁରେ ବାଘ ବୁଲୁଥିବାର ଆତଙ୍କ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ବାଘକୁ କାବୁ କରିବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଜାଲ ବିଛାଇ ଜଗି ରହିଛନ୍ତି। ଉକ୍ତ ଗ୍ରାମ ନିକଟରେ ଏକ ବାଘ କିଛି ଦିନ ହେବ ଚଳପ୍ରଚଳ କରୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିବାର କହିଛନ୍ତି।

ସ୍ଥାନୀୟ ଗ୍ରାମବାସୀ ମାନେ ଚଳପ୍ରଚଳ ସମୟରେ ବାଘ ରଡି ଶବ୍ଦ ଶୁଣି ଭୟଭୀତ ହୋଇ ଜୀବନ ବିକଳରେ ଛାନିଆ ହୋଇ ଦୌଡ଼ିଥିଲେ। ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଭୟରେ ବନବିଭାଗକୁ ଖବର ଦେଇଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡାଙ୍କ ସମେତ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧିକୁ ନଜର ରଖିଛନ୍ତି।  ବର୍ତ୍ତମାନ ସମୟରେ ଜଙ୍ଗଲରେ ବନାଗ୍ନି ସ୍ଥିତି ଉପୁଜିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ବାଘଟି ଜନବସତି ମୁଁହା କିମ୍ବା ଶିମିଳିପାଳରୁ ବାଘଟି ବାଟବଣା ହୋଇ ଗାଁରେ ପଶିଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

କିନ୍ତୁ ଗାଁରେ ବାଘ ବୁଲୁଥିବାର ଖବର ପ୍ରଚାରିତ ହେବା ପରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହା ଏକ କଲରାପତରିଆ ବାଘ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି। ବନ ବିଭାଗ ଟିମ ଜଗନ୍ନାଥପୁର ଗ୍ରାମ ଅଞ୍ଚଳରେ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥି ସହିତ ବାଘକୁ ଧରିବା ପାଇଁ ଜାଲ ବିଛାଯାଇଛି। ଜନବସତି ଅଞ୍ଚଳରୁ ବାଘକୁ ଆଜି ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.