ରାଇରଙ୍ଗପୁର ଠାରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ଠାରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ | ଆଜି ରାଇରଙ୍ଗପୁରର ଅସନବଣୀ ସ୍ଥିତ ଡ଼ାଇନା ଫୋମସ ଶିଳ୍ପାଞ୍ଚଳ ପରିସରରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଛି | ବର୍ତମାନ ସମୟରେ ଏକ ପ୍ରଗତିଶୀଳ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାମଗ୍ରିକ ବିକାଶ ତଥା ଅନ୍ୟାନ୍ୟ ରାଷ୍ଟ୍ର ସମୂହ ସହିତ ସମାନ୍ତରାଳ ଭାବେ ଗତି କରିବା ପାଇଁ ଦ୍ରୁତ ଶିଳ୍ପାୟନ ର ଆବଶ୍ୟକତା ପଡୁଛି  | ମାତ୍ର ଅନ୍ୟ ପକ୍ଷରେ ଦ୍ରୁତ ଶିଳ୍ପାୟନ ପାଇଁ ଅନେକ ସମୟରେ ବିଭିନ୍ନ କାରଖାନା ମାନଙ୍କରେ ଯାନ୍ତ୍ରିକ ତ୍ରୁଟି ପାଇଁ ହେଉ ଅବା ଅନ୍ୟ କୌଣସି କାରଣ ରୁ ହେଉ, କାରଖାନା ମାନଙ୍କ ରେ ବ୍ୟବହୃତ ହେଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ର ନିର୍ଗତ ହେତୁ ଏହାର ପ୍ରତିକ୍ରିୟାରେ ଆକସ୍ମିକ ବିପର୍ଯୟ ଘଟଣା ଘଟୁଛି ଯଦ୍ୱାରା କାରଖାନା ରେ ନିୟୋଜିତ କାର୍ଯ୍ୟରତ କର୍ମଚାରୀ ତଥା ଜନସାଧାରଣ ଉଭୟ ଏହି ବିପର୍ଯୟ ର ଶିକାର ହେଉଛନ୍ତି ଏବଂ ବେଳେ ବେଳେ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି |

ତେଣୁ ଏହି ରାସାୟନିକ ପ୍ରତିକ୍ରିୟା କୁ ପ୍ରତିରୋଧ କରି ବିପର୍ଯୟ ସମୟରେ ଭୟଭିତ ନହୋଇ ଏହାକୁ ପରିଚାଳନା କରି ସେଥିରୁ ରୁ କିପରି ରକ୍ଷା ପାଇ ହେବ ସେ ସମ୍ଭନ୍ଧ ରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି |  ଏହି ମୋକଡ୍ରିଲ ମାଧ୍ୟମରେ ଓଡ୍ରାଫ୍ଟ ଟିମ,ଅଗ୍ନିଶମ ବିଭାଗ, ଟାଟା ପାୱାର ଇତ୍ୟାଦି ଆକସ୍ମିକ ଵିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ଭନ୍ଧୀୟ କଳା କୌଶଳ ପ୍ରଦର୍ଶନ କରିଥିଲେ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୋଲିସ ବିଭାଗ,ମହିଳା ଏବଂ ଶିଶୁ ବିକାଶ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ବିପର୍ଯ୍ୟୟ ସମୟରେ କାର୍ଯ୍ୟପ୍ରକ୍ରିୟା ସମ୍ଭନ୍ଧ ରେ ଉପସ୍ଥାପନ କରାଯାଇଥିଲା ଏବଂ ବିଭିନ୍ନ କମ୍ପାନୀ ମାନଙ୍କ ସହଯୋଗ ରେ ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ପ୍ରଶାସନ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି ଯଦ୍ୱାରା ଅତୀତ ରେ ଭୋପାଳ ଠାରେ ଘଟିଥିବା ହୃଦୟ ବିଦାରକ ଗ୍ୟାସ ଦୁର୍ଘଟଣା ଭଳି ଦୁର୍ଘଟଣା ରୁ ଧନ ଜୀବନ କୁ ରକ୍ଷା କରିବାରେ ଆମେ ସକ୍ଷମ ହୋଇପାରିବା ବୋଲି ଆଲୋଚନା ମାଧ୍ୟମ ରେ ମତ ପ୍ରକାଶ ପାଇଥିଲା |

ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଜରୁରୀ ବିଭାଗ ର ଡେପୁଟି କଲେକଟର ସୁଶ୍ରୀ ଶ୍ରଦ୍ଧା ସୁମନ କଂଟ୍ରୋଲ ରୁମ , Triaged Centre, ରିଲିଫ ସେଣ୍ଟର, ପ୍ରଦୂଷଣ ସ୍ଥାନ, ନାଲି, ହଳଦିଆ ସବୁଜ ଜୋନ୍ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ. ଡାଏନା ଫୋମ୍ସ ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଟି.କେ. ବିଜୟନ ଇଣ୍ଡଷ୍ଟ୍ରି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବ୍ୟବହୃତ କେମିକାଲର ପ୍ରଭାବ ଉପରେ ସୂଚନା ଦେଇଥିଲେ. ଏଥି ସହିତ ଶ୍ରୀ ବିଜୟନ ଇଣ୍ଡଷ୍ଟ୍ରିର ମାନଙ୍କରେ ଅପରେଟିଂ ପଦ୍ଧତି ସମସ୍ତ ଉପସ୍ଥାପନ କରିଥିଲେ |

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ,ରାଇରଙ୍ଗପୁର ପୌର ପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ ସୋରେନ, ଅଗ୍ନିଶମ ସେବା ଅଧିକାରୀ,ଡି. ପି. ଓ. ଶ୍ରୀ ଜଗବନ୍ଧୁ ମହାନ୍ତି,ଉପଖଣ୍ଡ ମେଡିକାଲ ଟିମ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଟିମ, ରାଇରଙ୍ଗପୁର ଆଇ.ଟି. ଆଇ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ବିଭିନ୍ନ ଏସ.ଏଚ.ଜି.ର ସଦସ୍ୟା ସମେତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.