ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପୁଣି ଭୂକମ୍ପର ଝଟକା ଅନୁଭୂତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିଲ୍ଲୀ ଓ ଏନସିଆର ସମେତ ଉତ୍ତର ଭାରତରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆଜି ଅପରାହ୍ନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.2 ମାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।

ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦରେ ଥିବା ଜଣାପଡିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଭୂକମ୍ପ ଯୋଗୁଁ ଅଧିକ କ୍ଷତି ନେଇ ଆଶଂକା କରାଯାଉଛି । ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି । ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ପରି ରାଜ୍ୟରେ ଭୂକମ୍ପ ହୋଇଛି ।

ତେବେ ଏଥିଯୋଗୁଁ ଭାରତରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ହୋଇଥିବା ଏହି ଭୂକମ୍ପ କାରଣରୁ ଦିଲ୍ଲୀ-ଏନସିଆରର ଉଚ୍ଚ ବିଲ୍ଡିଂରେ ଥିବା ଲୋକ ଭୟଭୀତ ହୋଇଥିଲେ । ନୋଏଡା, ଗୁରୁଗ୍ରାମ, ଫରୀଦାବାଦରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

Leave A Reply

Your email address will not be published.