ପରିକଳ୍ପନା ଓ ବାସ୍ତବତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନ,ପରିକଳ୍ପନା ଓ ବାସ୍ତବତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ | ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆନୁକୂଲ୍ୟରେ ନିର୍ବାଚନ |ପରିକଳ୍ପନା ଓ ବାସ୍ତବତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ. ଦେବପ୍ରିୟା ପରିଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ତୃତୀୟ ବର୍ଷର ଛାତ୍ରୀ ଶ୍ରୁତି ଦେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସାଗରିକା ସିଂହ ଆଲୋଚ୍ୟ ବିଷୟ ସମ୍ପର୍କରେ ନିଜର ମତ ରଖିଥିଲେ। ରାଜନୀତି ବିଜ୍ଞାନର ଅଧ୍ୟାପକ କୁମାରେଶ ନାୟକ ବିଷୟ ସମ୍ପର୍କରେ ଧାରଣା ପ୍ରଦାନ କରିବା ସହ ନିର୍ବାଚନୀ ବର୍ଷ ୨୦୨୪ ପରିପ୍ରେକ୍ଷୀରେ ବିଷୟର ଗୁରୁତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।

ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଆଞ୍ଚଳିକ ମହାବିଦ୍ୟାଳୟ ଗଡିଆର ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ସନ୍ଦୀପ କୁମାର ଚାନ୍ଦ ବିଶଦ ଭାବରେ ବିଷୟ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରୀ ମାନଙ୍କର ମାର୍ଗଦର୍ଶନ କରିଥିଲେ। ସର୍ବଶେଷରେ ଛାତ୍ରୀ ସ୍ମିତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.