ବିଜେପିର ବିଧାନସଭା ପ୍ରାର୍ଥୀ ହେଲେ ବାଣୀ କଲ୍ୟାଣ ମହାନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବିଧାନସଭା ପ୍ରାର୍ଥୀ ହେଲେ ବାଣୀ କଲ୍ୟାଣ ମହାନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ର ରାଜନୈତିକ ରଣ କୌଶଳ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

ଗତ କିଛି ଦିନ ପୂର୍ବରୁ ବିଜେଡ଼ି ଦଳ ତାର ବିଧାନସଭା ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତରାୟଙ୍କ ନାମ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଦଳ ଅଶୋକ କୁମାର ଦାସ ଙ୍କ ନାମ ଘୋଷଣା କରିଥିଲା।ହେଲେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ କୁ ନେଇ ବିଜେପି ଦଳର କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।ହେଲ ଗତ କାଲି ଶନିବାର ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କ ନାମ ଘୋଷଣା ପରେ ବିଜେପି ସମର୍ଥକ ମାନଙ୍କ ମଧ୍ୟରେ ଖୁସି ର ମାହୋଲ୍ ଖେଳି ଯାଇଥିବା ଦେଖିବାକୁ ମିଳିଛି।

ଆସନ୍ତା କାଲି ସୁଦର୍ଶନ ପୁର ପଞ୍ଚାୟତ ର ବିଜେପି କର୍ମୀ ମାନେ ବାଣ ଫୁଟାଇ ଆନନ୍ଦ ଉଲ୍ଲାସର ସହିତ ବାଣୀ କଲ୍ୟାଣ ଭାଇ ଜିନ୍ଦାବାଦ ନାରା ଦେବା ସହିତ ବିଜେପି ଏଥର ବାସୁଦେବପୁର ରେ ବିଜେଡି ର ଗଡ କୁହାଯାଉଥିବା ରାଉତରାୟ ପରିବାର କୁ ଏଥର ଚିତ୍ ପଟାଙ୍ଗ୍ କରିଦେଵ ବୋଲି ଵିଜେପି ଦଳର କର୍ମୀ ଓ ସମର୍ଥକ ମାନେ ନିଜର ପ୍ରତିକ୍ରିୟା ରେ କହିଥିଲେ। ରାଜନୀତି ସମୀକ୍ଷକ ମତ ଅନୁସାରେ ଏଥର ବାସୁଦେବପୁର ରେ ତ୍ରୀମୁଖୀ ଲଢେଇ ହେବ ଵୋଲି କହିଛନ୍ତି।

Leave A Reply

Your email address will not be published.