ଯାଜପୁରରେ ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯାଜପୁରରେ ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୮ଟା୪୫ ମିନିଟ୍‌ ବେଳେ ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଯାଉଥିବା ଯାତ୍ରୀବାହୀ ବସ୍‌ ‘କାଳିଆନନା’ (ଓଡି-୦୨ବିଜେ ୮୫୯୯) ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ୍‌ ତଳକୁ ଖସିପଡ଼ିଛି। ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢିବାରେ ମଧ୍ୟ ଆଶଙ୍କା ରହିଛି ।

ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ , ବସ୍‌ ଉଠାଇବାକୁ ଆସିଛି କ୍ରେନ୍‌ ।  ଫ୍ଲାଏଓଭର ଉପରେ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଡ୍ରାଇଭର ଚେଷ୍ଟା କରିବାରୁ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବ୍ରିଜ୍‌ ତଳକୁ ଖସି ବସ୍‌ଟି ଚେପା ହୋଇଯାଇଥିବାରୁ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ୧୬ଟି ଆମ୍ବୁଲାନ୍‌ସ ପହଞ୍ଚି ଯାତ୍ରୀଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ୮ଟି ଆମ୍ବୁଲାନ୍ସରେ ୧୩ଜଣ ଗୁରୁତର ଆହତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତ କିଛି ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଗତକାଲି ଯାଜପୁରର ଏନ୍ ଏଚ୍ -୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ ରୁ ତଳକୁ ଖସି ପଡ଼ିଥିଲା ଏକ ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଆଇସିୟୁରେ ଚିକିତ୍ସାଚାଲିଛି।  ସେହିପରି ୧୪ ଜଣଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୨୭ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଗତକାଲି ବସଟି ପୁରୀରୁ ଦିନ ୪ଟାରୁ ବାହାରି ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.