ଟାଟୁ କରିପାରିବେନି ପୁଲିସ୍ କର୍ମଚାରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କମିଶନରେଟ ପୋଲିସର ବଡ ନିଷ୍ପତ୍ତି ।  ଟାଟୁ କରିଥିବା ପୁଲିସ କର୍ମଚାରୀଙ୍କୁ କଡା ନିର୍ଦେଶ ରହିଛି ।  ଟାଟୁ କରିପାରିବେନି ପୋଲିସ । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ । ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ଡିସିପି (ସିକ୍ୟୁରିଟି) ।

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ଯବାନମାନଙ୍କୁ ଟାଟୁ କରିବାକୁ ମନା କରାଯାଇଛି । ସେମାନଙ୍କ ଦେହରେ ଟାଟୁ ଥିଲେ ୧୫ ଦିନର ଭିତରେ ଲିଭାଇବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦେହରେ ଟାଟୁ ଥିଲେ ୧୫ଦିନ ମଧ୍ୟରେ ତୁରନ୍ତ ଲିଭାଇବାକୁ ନିର୍ଦେଶ ରହିଛି। ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦେଶ ରହିଛି । ଡିସିପି କହିଛନ୍ତି ଯେ ଦେହରେ ଟାଟୁ କଲେ ଓଡିଶା ପୁଲିସର ସମ୍ମାନ ହାନି ହେଉଛି। ଯଦି କେହି ଟାଟୁ ନ ଲିଭାନ୍ତି, ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦେଶନାମା ଜାରି କରିଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ । ଡ୍ୟୁଟି ସମୟରେ ଖାକି ସହ ଟାଟୁର ଚିତ୍ର ଆଖିକୁ ଦୃଶ୍ୟମାନ ହେବା ଅନୁମତି ନାହିଁ । ଯବାନଙ୍କ ଦେହରେ ଟାଟୁ ବାଟାଲିୟନର ଭାବମୂର୍ତ୍ତି ଓ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି । ତେଣୁ ଏଭଳି ଏକ ଶୃଙ୍ଖଳିତ ଖାକି ବର୍ଦ୍ଦି ପିନ୍ଧୁଥିବା ଯବାନମାନେ ଯେପରି ଟାଟୁ ପାଇଁ ଯବାନଙ୍କ ବେଶରେ କୌଣସି ଖରାପ ଚିତ୍ରଣ ନହୁଏ ସେନେଇ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.