ଦୁଇ ବାଇକ ମୁହାଁମୁହିଁ ଧକ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ରାତି ସାଢ଼େ ୧୦ଟା ବେଳେ ଜୟପୁର ବ୍ଲକ ଅର୍ନ୍ତଗତ ଗାଗନାପୁର ନିକଟସ୍ଥ ଡୁମୁରୀଗୁଡ଼ା ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ପରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ୪ଜଣଙ୍କ ଅବସ୍ଥା ଗୁରୁତର ଆହତ ରହିଛି | ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ଧନପୁରଠାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହି ଯାତ୍ରା ଦେଖିବାକୁ ଜୟପୁର ବ୍ଲକର ବିଭିନ୍ନ ଗାଁରୁ ଲୋକେ ଯିବା ଆସିବା ଲାଗି ରହିଥିଲା। ରାତି ସାଢ଼େ ୧୦ଟା ବେଳେ ଗୋଟିଏ ବାଇକରେ ୪ଜଣ ଓ ଅନ୍ୟ ବାଇକରେ ୩ଜଣ ଏଭଳି ବସିଥିଲେ। ଗୋଟିଏ ବାଇକ ଧନପୁରରୁ ଜୟପୁର ପଟକୁ ଆସୁଥିବା ବେଳେ ଅନ୍ୟ ବାଇକଟି ଯାଉଥିଲା। ଡୁମୁରୀଗୁଡ଼ା ନିକଟରେ ଅନ୍ଧାର ଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ହେବା ପରେ ୭ଜଣ ବାଇକରୁ ଛିଟକି ପଡ଼ିଥିଲେ। ସମସ୍ତଙ୍କୁ ଗୁରୁତର ମାଡ଼ ବାଜିଥିଲା। ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ଗାଗନାପୁର ପାଣ୍ଡି ଅଧିକାରୀ ସବଇନିସପେକ୍ଟର ରାଜକିଶୋର ବାରିକ, ଏଏସଆଇ ସୁଶାନ୍ତ ଦଳପତି ସଦଳବଳ ସହ ଧନପୁର ବାଲିଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଉଥିଲେ।

ରାସ୍ତାରେ ଛିନଛତ୍ର ହୋଇ ଦୁର୍ଘଟଣା ପରେ ପଡ଼ିଥିବା ସମସ୍ତଙ୍କୁ ପୁଲିସ ଗାଡ଼ିରେ ଉଦ୍ଧାର କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଥିରେ ଜୟପୁରର ଆଶିଷ କୁମାର ପାଣିଗ୍ରାହୀ ଓ ଅନ୍ୟ ସହଯୋଗୀମାନେ ଗୁରୁତରମାନଙ୍କୁ ଉଠାଇବାରେ ପୁଲିସକୁ ସହାୟତା କରିଥିବା କହିଛନ୍ତି ସଦର ଥାନା ଅଧିକାରୀ। ସମସ୍ତଙ୍କୁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତରଖାନା ପହଚିଂବା ବେଳକୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଉପସ୍ଥିତ ଥିବା ଡାକ୍ତର କହିଥିଲେ।

Leave A Reply

Your email address will not be published.