ପୂର୍ବତନ ବିଧାୟକଙ୍କୁ ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ବର ରେ ପହଞ୍ଚିଲା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପାର୍ଥିବ ଶରୀର, ଅଞ୍ଚଳ ବାସିଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ। ସୂଚନା ଅନୁସାରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଦୁଇ ଦୁଇ ଥର ର ବିଧାୟକ ଜୟ ନାରାୟଣ ମହାନ୍ତି ଆଜି ସକାଳ ସମୟ ରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ମୃତ୍ୟୁ ବରଣ କରିଥିଲେ।

ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତେବେ ତାଙ୍କର ପାର୍ଥିବ ଶରୀର ସନ୍ଧ୍ୟା ୬.୩୦ ମିନିଟ ସମୟ ରେ ଜଳେଶ୍ଵର ରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ମ୍ୟୁନିସିପାଲଟି ଅଧକ୍ଷ ପ୍ରତିପ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଉପାଧକ୍ଷା ଅନୁଷୟା ପ୍ରଧାନ, ରାଜୀବ ପରିଡ଼ା, ଫଳଗୁନି ପାଣିଗ୍ରାହୀ, ଅଂଶୁମାନ ମହାନ୍ତି, ସଞ୍ଜୀବ ସାହୁ, କମଲ ଚକ୍ରବର୍ତ୍ତୀ, ରାମ ଚନ୍ଦ୍ର ଜେନା, ପ୍ରମୁଖ ସହସ୍ରାଧିକ ଲୋକ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଶ୍ରୀ ମହାନ୍ତି ଙ୍କ ପାର୍ଥିବ ଶରୀର କୁ ଶେଷ ବିଦାୟ ଦେଇଥିଲେ।

ଏତଦବ୍ୟତୀତ ଶ୍ରୀ ମହାନ୍ତି ଙ୍କ ନିଜସ୍ବ ଘର ବାଲିଆପାଳ ବ୍ଲକ ରେ ମଧ୍ୟ ଅନୁରୂପ ଭାବେ ପ୍ରସେସନ କରି ବିଭିନ୍ନ ଶିଖ୍ଯାନୁଷ୍ଠାନ ଅଫିସ ସବୁ ବୁଲାଇବା ସହିତ ମହାନ ନେତାଙ୍କୁ ଚରବିଦାୟ ଦେଇଥିଲେ।

Leave A Reply

Your email address will not be published.