ଟ୍ରକ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରକ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ l ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ l ଗତକାଲି ବିଳମ୍ବିତ ରାତ୍ରିରେ ସାଲେପୁର ବ୍ଲକ ହରିଚନ୍ଦନପୁର ବ୍ରିଜ ଉପରେ ତିଗିରିଆ ଅଞ୍ଚଳର ସୁଧୀର ପରିଡା ଙ୍କ ମୁତ୍ୟୁ ହୋଇଛି ଯିଏକି ଦୀର୍ଘଦିନ ହେବ ସାଲେପୁର ଲୁଣହାରା ଗ୍ରାମରେ ନିଜ ପରିବାର ସହ ରହିଆସୁଥିଲେ l

ସୁଧୀର ନିଜେ ଚଲାଉଥିବା ଟ୍ରକ ର ବାମ ପାର୍ଶ୍ୱ ପଛ ଚକା ତଳେ ଚାପିହୋଇ ମୃତ୍ୟୁ ବରଣ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ପରିବାରର ଲୋକେ ସୁଧୀରଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୁଧିର ନିଜେ ଟ୍ରକ ଚଳାଉଥିବା ବେଳେ ଟ୍ରକର ବାମ ପାର୍ଶ୍ୱରେ ପଛ ଚକା କିପରି ତାଙ୍କ ମୁଣ୍ଡ ଉପରେ ଚଢିଲା ତାହା ସନ୍ଦେହ ସୁଷ୍ଟିକରିଛି।

କେହି ସୁଧିରକୁ ଯୋରଜବରଦସ୍ତ ଗାଡିରୁ ବାହାର କରି ଉକ୍ତ ଟ୍ରକ ତାଙ୍କର ମୁଣ୍ଡ ଉପରେ ଚଢାଇ ତାକୁ ହତ୍ୟାକରି ଦୁର୍ଘଟଣାର ରୂପଦେବାକୁ ଉଦ୍ୟମ କରାଯାଉଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ କିଶନନଗର ପୁଲିସ ଓ ସାଲେପୁର ପହଞ୍ଚି ଶବ ଓ ଟ୍ରକ ଜବତ କରି ଘଟଣାର ତଦନ୍ତ ଚାଲୁରଖିଛି।

Leave A Reply

Your email address will not be published.