ଫିଲ୍ମ ନିର୍ଦେଶକ ଗୁରୁତର ଆହାତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫିଲ୍ମ ନିର୍ଦେଶକ ଗୁରୁତର ଆହାତ। ଆଜି ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ହୋଇଛି ଏକ ଦୁର୍ଘଟଣା। ଦୁର୍ଘଟଣାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି ।

ଗତକାଲି ଭୋର୍ ୩ଟା ସମୟରେ ବାରିପଦାରୁ ଭୁବନେଶ୍ୱର ଫେରୁଥିବା ସମୟରେ ମଙ୍ଗୁଳି ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ସୁଧାକର ବସନ୍ତଙ୍କ କାର ଧକ୍କା ଦେଇଥିଲା। ସେହି କାର ରେ ୩ ଜଣ ଥିଲାବେଳେ ଡ୍ରାଇଭରଙ୍କ ଅପର ପାର୍ଶ୍ୱରେ ବସିଥିବା ସୁଧାକର ବସନ୍ତଙ୍କ ମୁଣ୍ଡରେ ଯୋର ରେ ଆଘାତ ଲାଗିଥିଲା।

ସେ କାର ଭିତରେ ଫସି ରହିଯାଇଥିଲେ। ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଗାଡ଼ି ପହଁଚି ଟାଙ୍ଗୀ ଥାନାକୁ ଖବର ଦେଇଥିଲା। ପରେ ଚୌଦ୍ୱାର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

Leave A Reply

Your email address will not be published.