ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ କଟକ ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ କଟକ ଗସ୍ତ ରେ ଅଛନ୍ତି | ଏହି ଅବସରରେ ସେ କଟକ ଗୋପୀନାଥପୁର ଠାରେ ଥିବା ବାଲୁଙ୍କେଶ୍ୱର ମନ୍ଦିରରେ ଉପସ୍ଥିତ ରହି ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସହିତ ଭରଚୁଆଲରେ ଯୋଗ ଦେଇଥିଲେ |

ଏହି ଉତ୍ସବରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ମଧ୍ୟ ଯୋଗ ଦେଇ ଥିଲେ | ଏହି ଅବସରରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ମଧ୍ୟ ମତ ରଖି ଥିଲେ ଧର୍ମେନ୍ଦ୍ର | ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ନେଇ ସାରା ବିଶ୍ୱରେ 500 ବର୍ଷ ପ୍ରତୀକ୍ଷା ର ଅନ୍ତଃ ଘଟିଛି। ଏବଂ ଏହାକୁ ନେଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ଏବଂ ସମଗ୍ର ଦେଶ ଏବେ ରାମ ରାଜ୍ୟ ଆଡକୁ ଅଗ୍ରସର ହେଉ ଥିବା କହିଛନ୍ତି ଧର୍ମେନ୍ଦ୍ର |

ଏହା ପୂର୍ଵରୁ କଟକର କାଳିଆବୋଦା ସ୍ଥିତ କାଳୀ ମନ୍ଦିରରେ ପୂଜାର୍ଚନା କରିବା ପରେ ଗୋପୀନାଥପୁର ଠାରେ ଥିବା ଏକ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଥିଲେ ଧର୍ମେନ୍ଦ୍ର |

Leave A Reply

Your email address will not be published.