ସାତକୋଶିଆ ଅଭୟାରଣ୍ୟ ସଂଲଗ୍ନ ଗ୍ରାମ୍ୟ ସୁରକ୍ଷା କୁ ନେଇ ସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାତକୋଶିଆ ଜିଲିଣ୍ଡା ସ୍ଥିତ ହାଇସ୍କୁଲ ପଡ଼ିଆରେ ସାତକୋଶିଆ ଅଭୟାରଣ୍ୟ ସଲଗ୍ନ ଗ୍ରାମ୍ୟ ସୁରକ୍ଷା ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ମାନ୍ୟବର ମନ୍ତ୍ରୀ ପଞ୍ଚାୟତ ରାଜ, ପାନୀୟଜଳ, ଜଙ୍ଗଲ ଓ ପରିବେଶ ସୂଚନା ଲୋକ ସମ୍ପର୍କ ବିଭାଗ ଓଡ଼ିଶା ମୁଖ୍ୟ ଅତିଥି, ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ ଖଣି ଓ ଇସ୍ପାତ ମନ୍ତ୍ରୀ ମୁଖ୍ୟ ବକ୍ତା, କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ନିର୍ମଳ କୁମାର ଜେନା, ଉପାଧ୍ୟକ୍ଷ ନାରାୟଣ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଅଜୟ କୁମାର ପଣ୍ଡା, ଭଗ୍ୟଲକ୍ଷ୍ମୀ ବିଶ୍ବାଳ, ବସନ୍ତପୁର ସରପଞ୍ଚ ସାବିତ୍ରୀ ବେହେରା, କମଳାଡିହ ସରପଞ୍ଚ ଶରତ ଚନ୍ଦ୍ର ଖଟୁଆ, ବ୍ଲକ ବିଜେଡ଼ି ସଭାପତି କୃପାସିନ୍ଧୁ ଦାଶ, ପବିତ୍ର ପ୍ରଧାନ, ଚକାମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ପ୍ରଧାନ, ପ୍ରକାଶ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବିଭାଗୀୟ ଅଧିକାରୀ ମାନେ ଗାଁକୁ ଗାଁ ଯାଇ ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହିପରି ବିଭ୍ରାନ୍ତି କର ମିଥ୍ୟା ଗୁଜବରୁ ଦୂରେଇ ରହିବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଥିଲେ। ମନ୍ତ୍ରୀଙ୍କ ପ୍ରତିଶୃତି ପରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।ହେଲେ ଲିଖିତ ଆକାରରେ ରାଜ୍ୟସରକାର ଦେବାକୁ ଗ୍ରାମବାସୀ ମାନେ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଗମୀ ଦିନରେ ଖୁବଶିଘ୍ର କେନ୍ଦୁପତ୍ର ତୋଳାଳୀଙ୍କ ଆର୍ଥିକ ବିକାଶକୁ ନେ଼ଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ପ୍ରଦାନ କରାଯାଇ ଥିଲା।

ନରସିଂହପୁର ଅଞ୍ଚଳରେ ବନ୍ଦ ହୋଇ ଯାଇଥିବା ୬ଟି କେନ୍ଦୁପତ୍ର ଫଡିକୁ ଖୁବଶିଘ୍ର ଖୋଲିବା ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଆଜିର କାର୍ଯ୍ୟକ୍ରମର ଅନୁଗୋଳ ବନ୍ୟପ୍ରାଣୀ ଡିଫଓ ସିସିଏଫ କେଦାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସାତକୋଶିଆ ଅଭୟାରଣ୍ୟ ବିସ୍ଥାପନ ସମ୍ପର୍କରେ ଜନସାଧାରଣ ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।ତେବେ ନିର୍ବାଚନକୁ ଆଖି ଆଗରେ ରଖି ଏହି ଭଳି ମିଥ୍ୟା ପ୍ରତିଶ୍ରୁତିକୁ ଜନ ସାଧାରଣ କିଭଳି ଭାବରେ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.