ନାବାଳିକାକୁ ବଳାତ୍କାର ଉଦ୍ୟମ କରି ଯୁବକ କୋର୍ଟ ଚାଲାଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାବାଳିକାକୁ ବଳାତ୍କାର ଉଦ୍ୟମ କରି ଯୁବକ କୋର୍ଟ ଚାଲାଣ | କୁତ୍ସିତ ଭାବନାର ବଶବର୍ତ୍ତୀ ହୋଇ ଯୁବକ କରିଥିବା ଅକ୍ଷମଣୀୟ ଭୁଲର ପ୍ରାୟଶ୍ଚିତ କରୁଛି ଏବେ ଜେଲର ଚାରି କାନ୍ଥ ଭିତରେ। କ୍ଷଣିକ ଉତ୍ତେଜନା ପାଇଁ ମାଟି ହୋଇଗଲା ଭବିଷ୍ୟତ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳିଏକ ଲଜ୍ଜାଜନକ ଘଟଣା।

ସୂଚନା ମୁତାବକ ବିଶୋଇ ଅଞ୍ଚଳର ଜନୈକା ୧୫ ବର୍ଷର ନାବାଳିକା ନିଜଘରୁ ମଙ୍ଗଳବାର ସକାଳ ସମୟରେ ବାହରକୁ ଶୌଚ ହେବାପାଇଁ ଯାଇଥିବା ବେଳେ ଏକୁଟିଆ ଥିବାର ସୁଯୋଗନେଇ ବିଶୋଇ ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ୨୪ ବର୍ଷିୟ କିସୁନ ହେମ୍ବ୍ରମ ପିତା କୁଆଁର ହେମ୍ବ୍ରମ ନାବାଳିକା ଝିଅକୁ ବଳାତ୍କାର କରିବାକୁ ଉଦ୍ୟମ କରିବା ସହିତ ଘଟଣା ପ୍ରଘଟ ହେବା ଭୟରେ ପିଡ଼ିତା ନାବାଳିକାର ବେକରେ ଚିପି ମାରିଦେବାକୁ ଉଦ୍ୟମ କରିଥିଲା। ତେବେ ନାବାଳିକା ଆତ୍ମରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ସୁଯୋଗ ପାଇ ପାଟି କରିବାରୁ ପାଟିଶୁଣି ନାବାଳିକାର ଭଉଣୀ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ କିସୁନ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା।

ଏହି ଘଟଣାକୁନେଇ ପିଡ଼ିତା ସମେତ ପରିବାର ଲୋକେ ମାନସିକ ଚାପରେ ପଡ଼ି ପରେ ଏନେଇ ପିଡିତାର ବାପା ବିଶୋଇ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବିଶୋଇ ପୋଲିସ କେସ ନମ୍ବର ୧୬/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି ବାରିପଦା ପୋକ୍ସକୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.