ଯୌତୁକ ନିର୍ଯାତନାରେ ବଧୂହତ୍ୟା ଅଭିଯୋଗ ଆଣିଲେ ଝିଅଙ୍କ ପରିବାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୌତୁକ ରାକ୍ଷସ କବଳରୁ ମୁକୁଳି ପାରିଲାନି ନବଵୋଧୁ, ଚାଲିଗଲା ଜୀବନ।ନବଵୋଧୂର ପରିବାର ଲୋକେ ମିଳିମିଶି ହତ୍ୟା କରିଥିବା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ପରିବାର। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦଲକି ଗ୍ରାମରେ। ବିବାହିତ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ।

ସୂଚନାଯୋଗ୍ୟ ବାଦାମପାହାଡ ଥାନା ଅନ୍ତର୍ଗତ ଦଲକି ଗ୍ରାମର ସ୍ବର୍ଗତ କୁଶଧର ମହାନ୍ତଙ୍କ ଏକମାତ୍ର ପୁତ୍ର ଗଣେଶ ମହାନ୍ତ ରାଇରଙ୍ଗପୁର ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ସଞ୍ଜୟ ମହାନ୍ତଙ୍କ ଝିଅ ରିଙ୍କି ମହାନ୍ତ (୨୨)ଙ୍କ ସହିତ ୧୦/୩/୨୨ ରେ ଵୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ଗଣେଶ ମହାନ୍ତ କାଶ୍ମିରରେ ସୈନିକ ବିଭାଗରେ କାର୍ଯ୍ୟରତ । ଗଣେଶ ଏବଂ ରିଙ୍କି ଚାକିରି ସ୍ଥାନ କାଶ୍ମୀରରେ ରହୁଥିଲେ। ଗଣପର୍ବ ମକର ଉପଲକ୍ଷେ ପରିବାର ସହ ସାମିଲ ହୋଇ ପର୍ବର ଭରପୂର ମଜାଉଠାଇ ଆନନ୍ଦ ଉଲ୍ଲାସରେ ସମୟ କଟାଇବା ଲକ୍ଷ୍ୟରେ ସେମାନେ ୧୪/୦୧/୨୪ ରେ ନିଜ ଗାଁ ଦଲକିକୁ ଆସିଥିଲେ । ସବୁକିଛି ଠିକ୍ ଠାକ ଥିଲା । ୧୮ ତାରିଖ ଗୁରୁବାର ରାତି ୯ ଟା ୩୦ ପାଖାପାଖି ସମୟରେ ଗଣେଶ ନିଜ ଶଶୁର ଘରକୁ ଜଣାଇଥିଲେ ରିଙ୍କିର ଦେହ ଖରାପ ମୁଁ ତାକୁ ରାଇରଙ୍ଗପୁର ଡାକ୍ତରଖାନା ନେଉଛି ।

ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିବା ପରେ ରିଙ୍କିକୁ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ । ଆଜି ସକାଳେ ପରିବାର ଏବଂ ଆତ୍ମୀୟ ସ୍ବଜନ ରିଙ୍କିର ଆକସ୍ମିକ ମୃତ୍ୟୁ ହୋଇଥିବା ଖବରପାଇ ଗ୍ରାମବାସୀ ବହୁସଂଖ୍ୟାରେ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ସେମାନେ ବିଶ୍ଵାସ କରିପାରୁ ନାହାଁନ୍ତି ସତରେ କ’ଣ ରିଙ୍କି ଆଉ ସଂସାରରେ ନାହିଁ । ସମସ୍ତଙ୍କ ମନରେ ସନ୍ଦେହ ଗଣେଶଙ୍କ ଭଉଣୀ,ଭିଣୋଇ, ମାଆ ଏବଂ ଗଣେଶ ମିଶି ରିଙ୍କିକୁ ମାରି ଦେଇଥିବା କୁହାକୁହି ହେଉଛନ୍ତି । ଏହାକୁ ନେଇ ସକାଳୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଡାକ୍ତରଖାନା ଲୋକାରଣ୍ୟ ହେବା ସହ ଚାପା ଉତ୍ତେଜନା ଲାଗି ରହିଥିଲା । ରିଙ୍କି ପରିବାର ତରଫରୁ ଗଣେଶ ମହାନ୍ତ, ତାଙ୍କ ମାଆ ସାବିତ୍ରୀ ମହାନ୍ତ,ନଣନ୍ଦ ଝୁନୁ ମହାନ୍ତ,ନଣନ୍ଦେଇ ଈଶ୍ବର ମହାନ୍ତ ସବୁବେଳେ ଯୌତୁକ ଦାବି କରି ଏକ ବୁଲେଟ ମଟରସାଇକେଲ ସହ ନଗଦ ଟଙ୍କା ପାଇଁ ମାରପିଟ୍,ଗାଳି ଗୁଲଜ, ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁନେଇ ଆଜି ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି ପୋଲିସ। ସେହିପରି ପୋଲିସ ସହିତ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲାପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଅଡ଼ି ବସିଥିବାରୁ ଶୁକ୍ରବାର ଶବ ବ୍ୟବଚ୍ଛେଦ ହୋଇନପାରି ଆଜି ନିବାରକୁ ସମସ୍ତଙ୍କର ଅପେକ୍ଷା । ରିଙ୍କିକୁ ସବୁଦିନ ପାଇଁ ହରାଇ ରିଙ୍କି ମା,ବାପା ଜେଜେମା, ଭାଇ,ଜ୍ଞାତି ପରିଜନଙ୍କ କ୍ରନ୍ଦନରେ ଫାଟି ଉଠୁଥିଲା ରାଇରଙ୍ଗପୁର ହସ୍ପିଟାଲ । ଏକ ଶୋକାକୁଳ ପରିବେଶ ହୋଇ ଉଠିଥିଲା । ରିଙ୍କି ପୁରୁଣାପାଣି ଗ୍ରାମରେ ସବୁରି ପ୍ରିୟଥିଲା । ସେ ମିଷ୍ଟଭାଷୀ,ମେଳାପି,ସ୍ନେହୀ, ପରୋପକାରୀ ଝିଅ ଥିଲା । ତେବେ ରିଙ୍କିର ବାପଘର ଲୋକଙ୍କ ତରଫରୁ ପୋଲିସ ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.