ରାଇରଙ୍ଗପୁର ସହରସ୍ତ ବିଜୁ ପଟ୍ଟନାୟକ ମାର୍ଗ ପ୍ରବଳ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ସହରସ୍ତ ବିଜୁ ପଟ୍ଟନାୟକ ମାର୍ଗ ପ୍ରବଳ ଭିଡ | ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଗତ ୧୭ ତାରିଖ ଆରମ୍ଭ ହୋଇ ଆଜି ୨୧ ତାରିଖ ଫାଇନାଲ ପ୍ରତିଯୋଗିତା ହେଉଥିଲା | ଏଥିରେ ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକର ବାଳକବାଳିକା ଅଂଶଗ୍ରହଣ କରିଥିଲେ |

ଉକ୍ତ ପ୍ରତିଯୋଗିତାରେ ୪ଟି ଟିମରେ ୧୦୦ ପାଖାପାଖି ଛାତ୍ର ଅଶଗ୍ରହଣ କରିଥିଲେ | ଏଥିରେ ଦୁଇଟି ଗ୍ରୁଫ୍ ମଧ୍ୟରେ ଖେଳ ହେଉଥିଲା ଯଥା ବାଳକ ଓ ବାଳିକା | ବାଳିକାମାନଙ୍କର ଫାଇନାଲ ଖେଳ ସରିଯାଇ ପଳେଇ ଯାଇଥିବାବେଳେ ବାଳକମାନଙ୍କର ଖେଳ ସରିବାକୁ ବିଳମ୍ବ ହୋଇଥିଲା | ଏଥିରେ ଜିଲ୍ଲା ଦାୟିତ୍ବରେ ଆସିଥିବା ଖେଳକୋଚ୍ ଓ ଖେଳ ଶିକ୍ଷକ ଗଣ ଖାଇସାରି ପଳାଇଯାଇଥିବାର ସୂଚନା ମିଳିଛି | ବାଳକମାନଙ୍କର ଫୁଟବଲ ଖେଳ ସରିବାକୁ ୧ଟା ୪୦ ମିନିଟ୍ ହୋଇଯାଇଥିଲା | ଫୁଟବଲ ଖେଳାଳୀମାନେ ଖାଇବାରେ ଅସନ୍ତୁଷ୍ଟ ପ୍ରକାଶ କରି ରାଇରଙ୍ଗପୁର ସହରସ୍ତ ମୁଖ୍ୟ ମାର୍ଗ ବିଜୁ ପଟ୍ଟନାୟକ ଛକରେ ପ୍ରବଳ ଭିଡ କରି ଗାଡି ମଟର ଜାମ କରିଦେଇଥିଲେ |

ଦୁର୍ଗା ମଣ୍ଡପ ଛକର ଏ ମୁଣ୍ଡରୁ ସେ ମୁଣ୍ଡ ଖେଳାଳୀମାନଙ୍କ ଦ୍ବାରା ପୁରା ଗହଳି ଦେଖାଯାଇଥିଲା | ରାଇରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହିଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଜନମାନସରେ ପ୍ରବଳ ଚର୍ଚ୍ଚା ଦେଖାଯାଇଥିଲା | ଏ ସମ୍ପର୍କରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ | ତାପରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ବ୍ଲକର ଏବିଡିଓ ସୁରାଇ ମାର୍ଣ୍ଡି ଆସି ବୁଝାସୁଝା କରିଥିଲେ | ସେମାନଙ୍କର ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ | ସେ ପୁଣି କହିଥିଲେ ଏହା ଜିଲ୍ଲାସ୍ତରରେ ଖେଳ ହେଉଥିବାରୁ ଏଥିରେ ଜୟଯୁକ୍ତ ହୋଇଥିବା ଖେଳାଳୀମାନଙ୍କୁ ଜିଲ୍ଲା ହେଡକ୍ବାଟର ବାରିପଦାରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ |

Leave A Reply

Your email address will not be published.