ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ରାଇରଙ୍ଗପୁର ସହର ଉତ୍ସବମୁଖର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ରାଇରଙ୍ଗପୁର ସହର ଉତ୍ସବମୁଖର | ଦୀର୍ଘ ୫୦୦ ବର୍ଷ ସଂଘର୍ଷ ପରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି, ଏ ନେଇ ରାଇରଙ୍ଗପୁର ସହର ଉତ୍ସବମୁଖର ଦେଖାଦେଇଛି | ଆଜି ସହରବାସୀଙ୍କ ଠାରେ ଉତ୍ସାହ ଓ ଉଦୀପନା ଖେଳିଯାଇଛି |

ବିଶେଷ କରି ଶ୍ରୀ ହନୁମାନ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରସ୍ତ ଶ୍ରୀ ରାମ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥିଲା | ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ବଜରଂଗ ଦଳ ତଥା ଅନ୍ୟାନ୍ୟ ସ୍ବେଛାସେବୀ କମିଟୀ ପକ୍ଷରୁ ଶ୍ରୀରାମ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା | ସେହିପରି ଅନ୍ୟାନ୍ୟ ପୂଜାସ୍ଥଳୀ ଓ ଧର୍ମାନୁଷ୍ଠାନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ଦେବାର ପରିଲକ୍ଷିତ ହୋଇଥିଲା |

 

ଏହିପରି ବାମନଘାଟୀର ସମସ୍ତ ବ୍ଲକରେ ଥିବା ମନ୍ଦିରମାନଙ୍କର ପୂଜାର୍ଚ୍ଚନା ସହ ଅନ୍ନଭୋଗ ବ୍ୟବସ୍ଥା ଭକ୍ତମାନଙ୍କ ନିମନ୍ତେ ପରିଦୃଶ୍ୟମାନ ହୋଇଥିଲା | ଏଥିସହିତ, ବହଳଦା ଠାରେ ଶ୍ରୀରାମ ଭକ୍ତମାନଙ୍କର ବିରାଟ ଶୋଭାଯାତ୍ରା ଦେଖାଯାଇଥିଲା | ଆଜିର ମହନୀୟ ଦିନରେ ଲୋକେ ଘରେ ଘରେ ଝୋଟି ଚିତା ସହ ଦୀପ ଜଳାଇ ଶୁଭମନାସି ପ୍ରଭୁଙ୍କ ଠାରେ ଜଣାଇଥିଲେ | ବାସ୍ତବିକ ସାରା ଓଡିଶାବାସୀ ତଥା ସମଗ୍ର ଭାରତ ଆଜି ଉତ୍ସବମୁଖର |

Leave A Reply

Your email address will not be published.