ଦୁଇ ବାଇକ ମୁହାଁ ମୁହିଁ ଧକ୍କା ବୋହୁ ମୃତ, ଶଶୁର ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ର ଦିଗଜୁଡିସାହି ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ବୋହୁ ମୃତ, ଶଶୁର ଗୁରୁତର। ସୂଚନା ଅନୁସାରେ ବର୍ତନା ଗ୍ରାମ ର ଅରୁଣ ଜେନା ଏବଂ ତାଙ୍କର ବୋହୁ ମିଲି ଜେନା (୨୨) ଜଳେଶ୍ଵର ବଜାରରୁ ନିଜର ଦୋକାନ ପାଇଁ ଟେସନାରୀ ଜିନିଷ କିଣି ଘରକୁ ଯାଉଥିବା ସମୟରେ ଆରୁହା ପଞ୍ଚାୟତର ଦିଗଜୁଡିସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ସାମ୍ନା ସାମ୍ନି ଧକ୍କା ହୋଇଥିଲା।

ତେବେ ଘଟଣାସ୍ଥଳରେ ଶ୍ବଶୁର ବୋହୁ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ଅନ୍ୟ ବାଇକ ଆରୋହୀ ଜଣକ ସେଠାରୁ ପଳାଇଯାଇଥିଲେ। ଦୀର୍ଘ ସମୟ ଧରି ଉଭୟେ ଗୁରୁତର ଅବସ୍ଥାରେ ପଡିରହିଥିବା ବେଳେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ବର ଜିକେଭଟର ହସ୍ପିଟାଲକୁ ନେଇଥିବା ବେଳେ, ବୋହୁ ମିଲି ଜେନା ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ଗୁରୁତର ଥିବା ଶ୍ବଶୁର ଅରୁଣ ଜେନା ଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.