ଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର | ବାସୁଦେବପୁର ଥାନା ଅଧିନ ବେତଡା ଠାରେ ଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି  ପ୍ରାୟ ୨ଟା୩୦ମିନିଟ ସମୟରେ ବୃଦ୍ଧ ଜଣକ ବେତଡା ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ବୃଦ୍ଧ ଜଣକ ତଳେ ପଡିଯିବା ପରେ ତାଙ୍କ ଗୋଡ ଉପରେ ଟ୍ରକ ମାଡିଯାଇଥିଲା । ଚିତ୍କାରଶୁଣି ସ୍ଥାନୀୟ ଲୋକମାନେ ବୃଦ୍ଧଙ୍କୁ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିବା ବେଳେ ଟ୍ରକକୁ ଅଟକାଇ ଥିଲେ ।

ଉତ୍ତେଜନା ବୃଦ୍ଧି ପାଇବା ଖବରପାଇ ସଦର ଏସଡିପିଓ ସୈାରଭ ଓତା ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ । ଗୁରୁତର ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.